ଅଷ୍ଟଶମ୍ଭୁ ସଂସ୍କୃତ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମର ଉଦ୍ଜାପିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକ କୁରୁଣ୍ଟି ପଞ୍ଚାୟତ ଚନ୍ଦ୍ରଶେଖରପୁରୁ ସ୍ଥିତ ଅଷ୍ଟଶମ୍ଭୁ ସଂସ୍କୃତ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଶ୍ରୀ ସର୍ବେଶ୍ବର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଓଡିଶା ସରକାରଙ୍କ ସମନ୍ବିତ ଯୁବ ବିକାଶ (ନୂଆ-ଓ) କାର୍ଯ୍ୟକ୍ରମ ଗତକାଲି ଉଦ୍ଜାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଵିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ଯୋଗଦେଇ ଥିବା ଵେଳେ ମୁଖ୍ୟବକ୍ତା ଭାଵେ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାଵିଦ୍ୟାଳୟର ଅଧ୍ୟକ୍ଷ ଅତୁଲ କୁମାର ବଳ, ସମ୍ମାନିତ ଅତିଥିଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର, ରାଜନଗର ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ମିଶ୍ର, ଅବସର ପ୍ରାପ୍ତ ବିଇଓ ବିଜୟ କୁମାର ଜେନା, ହାତିନା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଗଣେଶ୍ଵର ନାୟକ, ଜରିମୂଳ ହାଇସ୍କୁଲର ପ୍ରାକ୍ତନ ଶିକ୍ଷକ ଶ୍ରୀ ଅନାଦି ଚରଣ ଜେନା ପ୍ରମୁଖ ଯୋଗଦେଇ ମାନ୍ୟଵର ମୁଖ୍ୟମନ୍ତ୍ରୀଙ୍କ ର ଏହି ଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ। ଅତିଥିମାନେ ତାଙ୍କ ଭାଷଣରେ କହିଥିଲେ ,ଛାତ୍ରଛାତ୍ରୀ ମାନେ ସଂସ୍କୃତି, କ୍ରିଡା ଓ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରି ସେମାନଙ୍କର ଲୁକାୟିତ ପ୍ରତିଭାକୁ ଜନମାନସରେ ପରିପ୍ରକାଶ କରିବା ସରକାରଙ୍କର ଏହା ହେଉଛି ଏକ ପ୍ରୟାସ। ଏପରିକି ଛାତ୍ରଛାତ୍ରୀ ମାନଙ୍କର ଶୃଙ୍ଖଳା ଜ୍ଞାନ, ଏକାଗ୍ରତା ଵୃଦ୍ଧି , ନୈତିକତା ଵୃଦ୍ଧିର ଅଗ୍ରଗତି ହେଵ ବୋଲି ଅତିଥିମାନେ ମତ ରଖିଥିଲେ। ଅଧ୍ୟାପକ ରାଜକିଶୋର ପାଣି ଏଥିରେ ବେଦମନ୍ତ୍ର ପାଠ କରିଥିବା ଵେଳେ ନୋଡାଲ ଅଫିସର ଅଧ୍ୟାପକ ପ୍ରଦୀପ କୁମାର ପାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପିକା ଭଗବତୀ ରାଉତ ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ସାସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଵିଧାୟକ ଶ୍ରୀଯୁକ୍ତ ସାହୁ ପ୍ରମାଣ ପତ୍ର ସହ ପୁରଷ୍କାର ଵିତରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଶତିଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ଵୈକୁଣ୍ଠ ବିହାରୀ ବଳ, ପ୍ରଫୁଲ୍ଲ କୁମାର ପ୍ରଧାନ, ଵିଶ୍ଵମ୍ବର ତ୍ରୀପାଠି , ରମାକାନ୍ତ ରାଉତ, ନାରାୟଣ ପ୍ରଧାନ ପ୍ରଭୃତି କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.