ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ( ନୂଆ-ଓ ) ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁବାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନୂଆ-ଓ ର ନୋଡାଲ ଅଫିସର ଏନ୍ ତନ୍ମୟ କୁମାର ଏବଂ ଅଧ୍ୟାପକ ନୂତନ ପ୍ରଭାସ ତରିଆ ପରିଚାଳିତ କରିଥିଲେ I ରାଜ୍ୟ ସରକାର ମହାବିଦ୍ୟାଳୟ ସ୍ତରରେ ସାମାଜିକ, ସାଂସ୍କୃତିକ, କ୍ରୀଡ଼ାର ବିକାଶ କରି ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ଅନ୍ତ ନିହିତ କଳା ଆଣିବାର ଯେଉଁ ପ୍ରୟାସ କରିଛନ୍ତି ତାହା ଗାଁ ଗାଁରେ ପରିଚିତ ହେବ ବୋଲି ଅତିଥିମାନେ ମତ ଦେଇଥିଲେ । ଏହା ସହିତ ଅତିଥିମାନେ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଆସନ୍ତାକାଲି କନ୍ଧମାଳ ଜିଲ୍ଲା ସ୍ତରୀୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି ।

ad-week
Leave A Reply

Your email address will not be published.