ଆରବ ସାଗରରେ ‘ହାଇଜାକ୍‌’ ହୋଇଥିବା ମାଲ୍‌ଟାର ଜାହାଜକୁ ଉଦ୍ଧାର କରିବାକୁ ଗଲା ଭାରତୀୟ ନୌସେନା

add-all

in

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାବେଳେ ଆରବ ସାଗରରେ ‘ହାଇଜାକ୍‌’ (ଅପହରଣ) ହୋଇଥିବା ମାଲ୍‌ଟାର ଜାହାଜ ‘ଏମ୍‌ଭି ରୁୢଏନ୍‌’କୁ ଉଦ୍ଧାର କରିବା ଲାଗି ଯୁଦ୍ଧପୋତ ଓ ସାମୁଦ୍ରିକ ପାଟ୍ରୋଲ୍‌ ବିମାନ ପଠାଯାଇଛି ବୋଲି ଆଜି ଭାରତୀୟ ନୌସେନା କହିଛି।
ସୂଚନା ପାଇବାକ୍ଷଣି ଭାରତୀୟ ନୌସେନା ତୁରନ୍ତ ତା’ର ‘ଆଣ୍ଟି ପାଇରେସି ପାଟ୍ରୋଲ୍‌’ ଯୁଦ୍ଧପୋତକୁ ମାଲ୍‌ଟାର ଜାହାଜ ‘ଏମ୍‌ଭି ରୁୢଏନ୍‌’କୁ ଠାବ କରି ସହାୟତା କରିବା ଲାଗି ପଠାଇଛି ବୋଲି ନୌସେନା ସୂଚନା ଦେଇଛି।
ଏ ସଂକ୍ରାନ୍ତରେ ଭାରତୀୟ ନୌସେନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଅପହରଣ କରାଯାଇଥିବା ଜାହାଜ ଉପରେ ଡିସେମ୍ବର ୧୫ ତାରିଖ ଦିନ ଏକ ବିମାନ ଉଡ଼ିବା ସହିତ ସୋମାଲିଆ ଉପକୂଳ ଆଡ଼କୁ ମୁହାଁଇଥିବା ଉକ୍ତ ଜାହାଜର ଗତିବିଧି ଉପରେ ତୀବ୍ର ଦୃଷ୍ଟି ରଖିଛି।
ଅପହୃତ ଜାହାଜରେ ୧୮ଜଣ ନାବିକ ଥିବା କଥା ଡିସେମ୍ବର ୧୪ ତାରିଖ ଦିନ ‘ୟୁକେଏମ୍‌ଟିଓ’ ପୋର୍ଟାଲ୍‌ରେ ଆସିଥିବା ବିପଦକାଳୀନ ବାର୍ତ୍ତାରେ ଉଲ୍ଲେଖ କରାଯାଇଛି। ସେ ଜାହାଜରେ ୬ଜଣ ଅଜ୍ଞାତ ବ୍ୟକ୍ତି ପ୍ରବେଶ କରିଛନ୍ତି ବୋଲି ନୌସେନା ବିବୃତିରେ ଉଲ୍ଲେଖ ଅଛି।
ସେପଟେ, ସ୍ପେନ୍‌ ନୌସେନାର ଏକ ଜାହାଜ ମଧ୍ୟ ଦ୍ରୁତ ବେଗରେ ମାଲ୍‌ଟାର ଉକ୍ତ ଅପହୃତ ଜାହାଜ ଆଡ଼କୁ ଅଗ୍ରସର ହେଉଛି। ମାଲ୍‌ଟା ଜାହାଜକୁ ସୋମାଲିଆ ଜଳଦସ୍ୟୁମାନେ ଅପହରଣ କରି ନେଉଛନ୍ତି ବୋଲି ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.