ନ୍ୟୁଜ ଏଜେନ୍ସି ଆଇଏଏନଏସର ସର୍ବାଧିକ ଅଂଶଧନ କିଣିଲା ଆଦାନୀ ଗ୍ରୁପ୍

add-all

Untitled-1 copy

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଆଦାନୀ ମିଡିଆ ନେଟଓ୍ଵାର୍କ ଲିମିଟେଡ୍ (ଏଏମଏନଏଲ୍) ନ୍ୟୁଜ୍ ଏଜେନ୍ସି ଆଇଏଏନ୍ଏସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସର୍ବାଧିକ ଅଂଶଧନ ଅଧିଗ୍ରହଣ କରିଛି। ଷ୍ଟକ ଏକ୍ସଚେଞ୍ଜକୁ କଂପାନି କହିଛି ଯେ ଏଏମଜି ମିଡିଆ ନେଟୱର୍କ ନ୍ୟୁଜ ଏଜେନ୍ସି ଆଇଏଏନଏସରେ ୫୦.୫୦% ଅଂଶଧନ କିଣିଛି । ସୂଚନା ଅନୁସାରେ ମାତ୍ର ୫.୧୦ ଲକ୍ଷ ଟଙ୍କାରେ କମ୍ପାନି ଏହି ଡିଲ୍ କରିଛି ।
ଏହି ଡିଲ୍ ଅନୁସାରେ ଡିସେମ୍ବର ୧୫ରେ ଆଦାନୀକୁ ଆଇଏଏନଏସର ଅଂଶଧନ ହସ୍ତାନ୍ତର ସଂପୂର୍ଣ୍ଣ ହୋଇଛି । ଏହାଫଳରେ ଏଏମଏନଏଲ୍ ବା ଆଦାନୀ ଗ୍ରୁପ ଏବେ ଆଇଏଏନଏସକୁ ନିୟନ୍ତ୍ରଣ କରିବ ଅର୍ଥାତ ଏଣିକି ଆଇଏଏନଏସ ଆଦାନୀ ଗ୍ରୁପର ଏକ ସବସିଡାରୀ ବା ଶାଖା କମ୍ପାନି ଭାବେ ପରିଗଣିତ ହେବ । ଏହି ଅଧିଗ୍ରହଣ ପରେ ଏଣିକି ଆଇଏଏନଏସ ବୋର୍ଡରେ ନିର୍ଦ୍ଦେଶକ ନିଯୁକ୍ତ କରିବାର ଅଧିକାର ଏଏମଏନଏଲ୍ ପାଖରେ ରହିବ । ଏହା ସହିତ ଆଇଏଏନଏସର ପରିଚାଳନା ଦାୟିତ୍ବ ଏଏମଏନଏଲ୍ର ନିୟନ୍ତ୍ରଣରେ ରହିବ ।
ସୂଚନାଯୋଗ୍ୟ ଯେ, ଆଦାନୀ ଗ୍ରୁପ ଗତ ବର୍ଷ ଦେଶର ଲୋକପ୍ରିୟ ଟିଭି ଚ୍ୟାନେଲ୍ ଏନଡିଟିଭିକୁ ଖରିଦ କରିଥିଲା । ଏହି ଡିଲ୍ ଡିସେମ୍ବର ୩୦, ୨୦୨୨ରେ ସଂପୂର୍ଣ୍ଣ ହୋଇଥିଲା । ଏହି ଅଧିଗ୍ରହଣ ପୂର୍ବରୁ ଏନଡିଟିଭି ବୋର୍ଡରୁ ତାହାର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ପ୍ରଣୟ ରାୟ ତଥା ତାଙ୍କ ପତ୍ନୀ ରାଧିକା ରାୟ ଇସ୍ତଫା ଦେଇଥିଲେ ।

ad-week
Leave A Reply

Your email address will not be published.