ସିନିୟର୍‌-ଜୁନିୟର୍‌ ଫରକ୍‌ ଜାଣିନ, ଚାପୁଡ଼ା ମାରିଦେବି…ପୁଲିସକର୍ମୀଙ୍କୁ ଓକିଲଙ୍କ ଦୁର୍ବ୍ୟବହାର

IMAGE_1702799957

ସିନିୟର-ଜୁନିୟର ଫରକ୍ ଜାଣିପାରୁନ କି? ଚାପୁଡ଼ା ମାରିଦେବି।’ ଏମିତି କିଛି କହି ବିଚ୍‌ ରାସ୍ତାରେ ପୁଲିସକର୍ମୀଙ୍କୁ ଦୁର୍ବ୍ୟବହାର କଲେ ଓକିଲ। କେବଳ ସେତିକି ନୁହେଁ ପୁଲିସ ଅଫିସରଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ବ୍ୟବହାର କଲେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶୁକ୍ରବାର ଲକ୍ଷ୍ନୌ ହାଇକୋର୍ଟର ଗେଟ୍‌ ନମ୍ବର-୫। ସାମାନ୍ୟ କଥାକୁ ନେଇ ଜଣେ ପୁଲିସକର୍ମୀଙ୍କ ସହ ଜଣେ ଓକିଲଙ୍କ ଆରମ୍ଭ ହୋଇଯାଇଥିଲା ବଚସା। ତେବେ କଥାରେ କଥାରେ ରାଗିକି ନିଆଁ ବାଣ ହୋଇଯାଇଥିଲେ ଓକିଲ। ରାଗରେ ଭୁଲି ଯାଇଥିଲେ ନିଜ ହିତାହିତ ଜ୍ଞାନ। କାର୍‌ ଭିତରେ ବସି ପୁଲିସକର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ।

ତୁମକୁ ସିନିୟର- ଜୁନିୟର ମଧ୍ୟରେ ଫରକ୍‌ ଜଣାନାହିଁ କି? ମୁଁ ତୁମକୁ ଚାପୁଡ଼ା ମାରିଦେବି ବୋଲି ପୁଲିସ ଅଫିସରଙ୍କୁ କହିଥିଲେ ଓକିଲ। ତେବେ କଥା ବଢ଼ିବା ପରେ ଅନ୍ୟ ଜଣେ ପୁଲିସ କର୍ମଚାରୀ ଆସି ଏଥିରେ ହସ୍ତକ୍ଷେପ କରିଥିଲେ। ଓକିଲଙ୍କୁ ଶାନ୍ତ ରହିବାକୁ କହିଥିଲେ କିନ୍ତୁ ଓକିଲ ଜଣକ ବଡ ପାଟିରେ ଅଶାଳୀନ ଶବ୍ଦ ବ୍ୟବହାର କରି ଚାଲିଥିଲେ। କିଛି ସମୟ ପରେ ସେ କାର୍‌ ଧରି ସେଠାରୁ ଚାଲିଯାଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେପଟେ ଘଟଣା ସମ୍ପର୍କରେ ଏଡିସିପି ଇଷ୍ଟ ଜୋନ୍ ସୟଦ ଅଲି ଅବ୍ବାସ କହିଛନ୍ତି ଯେ ଉଭୟ ପକ୍ଷ ଏହି ପ୍ରସଙ୍ଗରେ କୌଣସି ଅଭିଯୋଗ ଦେଇନାହାଁନ୍ତି। ଯଦି କୌଣସି ଦଳ ଏଥିରେ ମାମଲା ରୁଜୁ କରନ୍ତି, ତେବେ ଅଧିକ ଅନୁସନ୍ଧାନ କରାଯିବ। ତଥାପି ଭିଡିଓ ସାମ୍ନାକୁ ଆସିବା ପରେ ଆମେ ନିଜ ଆଡୁ ତଦନ୍ତ ଜାରି ରଖିଛୁ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.