ସଂସଦର ସୁରକ୍ଷା ତ୍ରୁଟି ଘଟଣା: ଅଭିଯୁକ୍ତଙ୍କ ପୋଡା ଯାଇଥିବା ଫୋନ୍ ପାର୍ଟ୍ସ ପାଇଲା ପୁଲିସ…

add-all

IMAGE_1702802933

ସଂସଦ ଭବନର ସୁରକ୍ଷା ତ୍ରୁଟି ପଛର କାରଣ ଖୋଜୁଛି ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ। ଯଦି ଦେଶର କିଛି ଆଭ୍ୟନ୍ତରୀଣ ସମସ୍ୟାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆର୍ଷଣ କରିବାକୁ ଅଭିଯୁକ୍ତମାନେ ଏପରି କରିଥିଲେ ତେବେ ସେଲ୍ ଫୋନ୍ ପୋଡି ଦେବାର କାରଣ କ’ଣ? ଏସବୁ ନାନା ପ୍ରଶ୍ନ ମଧ୍ୟରେ ପୁଲିସ ପୋଡା ଯାଇଥିବା ଫୋନର କିଛି ପାର୍ଟ୍ସ ପାଇଛି।

ରାଜସ୍ଥାନର ଏକ ପରିତ୍ୟକ୍ତ ସ୍ଥାନରୁ ପୋଡା ପାର୍ଟ୍ସ ସହ ଅଭିଯୁକ୍ତଙ୍କ ସାର୍ଟ ଏବଂ ଜୋତା ମଧ୍ୟ ପାଇଛି ପୁଲିସ। ଜୋତା ଏବଂ ସାର୍ଟକୁ ମଧ୍ୟ ପୋଡି ଦେଇଛି ଅଭିଯୁକ୍ତ। ପୁଲିସର କହିବା ଅନୁସାରେ, ସମସ୍ତ ଅଭିଯୁକ୍ତଙ୍କ ଫୋନ୍ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝା ପାଖରେ ଥିଲେ। ସେ ଅତି ଚତୁରତାର ସହ ସମସ୍ତଙ୍କ ଫୋନ୍ ନେଇଯିବା ପରେ ସେଗୁଡିକୁ ଜାଳି ଦେଇଥିଲା। ଏହାପରେ ଦିଲ୍ଲୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା।

କିନ୍ତୁ ଗିରଫ ଅଭିଯୁକ୍ତମାନେ ପୁଲିସ ନିକଟରେ ବୟାନ ଦେବା ସମୟରେ କହିଥିଲେ, ସେମାନେ ବେକାରୀ ସମସ୍ୟା, କୃଷି ସମସ୍ୟା ଏବଂ ମଣିପୁର ହିଂସା ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଂସଦକୁ ପଶିଥିଲେ। ଯଦି ପ୍ରକୃତରେ ଏହି କାରଣ ହୋଇଥାଏ, ତେବେ ସେଲ୍ ଫୋନ୍ ପୋଡିବାକୁ ନେଇ ପୁଲିସର ସନ୍ଦେହ ସୃଷ୍ଟି ହୋଇଛି।

ଗତକାଲି ଦିଲ୍ଲୀ ସ୍ପେଶାଲ ସେଲ୍ ପୁଲିସ ଷଷ୍ଠ ଅଭିଯୁକ୍ତକୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ସାତ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି। ପ୍ରକୃତରେ ଘଟଣା ପଛର କାରଣ କଣ ଖୋଜି ବାହାର କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.