ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ…

add-all

elel

ମୟୂରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା କବାଟଘାଇ ରେଞ୍ଜ ଅଞ୍ଚଳରେ ମାଈ ହାତୀର ମୃତଦେହ ଠାବ ହୋଇଛି। ଗତକାଲି ପାଟ୍ରୋଲିଂ ବେଳେ ହାତୀର ମୃତଦେହ ଠାବ ହୋଇଥିଲା। ମୃତ ହାତୀର ବୟସ ୧୨ ବର୍ଷ ହେବ ବୋଲି ଜଣାପଡିଛି।

ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି ମୃତ ହାତୀର ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.