ସୋଲାର ବିସ୍ଫୋରକ କମ୍ପାନୀରେ ବିସ୍ଫୋରଣ, ୯ ମୃତ…

add-all

sol

ମହାରାଷ୍ଟ୍ର ନାଗପୁରରେ ଅଘଟଣ। ଏକ ସୋଲାର୍ ଏକ୍ସପ୍ଲୋସିଭ୍(ସୋଲାର ବିସ୍ଫୋରକ) କମ୍ପାନୀରେ ବିସ୍ଫୋରଣ ଘଟି ଅତି କମରେ ଛଅ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ଏକାଧିକ ଲୋକ ଆହତ ହୋଇଛନ୍ତି।

ସବିଶେଷ ତଥ୍ୟ ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ୩୦ ସମୟରେ ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡରେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ଛଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ନାଗପୁରର ବଜରଗାଓଁ ଅଞ୍ଚଳରେ ଏହି ସୋଲାର୍ ବିସ୍ଫୋରକ କମ୍ପାନୀ ଥିଲା। କିଛି ଦିନ ତଳେ କମ୍ପାନୀ ଭାରତୀୟ ପ୍ରତିରକ୍ଷା ବିଭାଗକୁ ବିସ୍ଫୋରକ ସାମଗ୍ରୀ ଯୋଗାଇ ଦେବାକୁ  ଡିଲ୍ କରିଥିଲା। ସେଥିପାଇଁ କମ୍ପାନୀରେ ଜୋରସୋରରେ କାମ ଚାଲିଥିଲା।

ad-week
Leave A Reply

Your email address will not be published.