ରାଜ୍ୟ ସାମ୍ବାଦିକ ସଂଘ, (SUJ)ଓଡିଶା ସୁନ୍ଦରଗଡ଼ ଜିଲ୍ଲା ର କର୍ମକର୍ତ୍ତା ଚୟନ…

add-all

ସାମ୍ବାଦିକଙ୍କ ସୁରକ୍ଷା, ସହାୟତା ଉପରେ ଆଲୋଚନା

ରାଉଲକେଲା, ୧୭|୧୨,ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସ୍ଥିତ ପାନ୍ଥନିବାସ ଠାରେ ରବିବାର ଦିନ ରାଜ୍ୟ ସାମ୍ବାଦିକ ସଂଘର ଓଡିଶା ସୁନ୍ଦରଗଡ଼ ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ ଓ ବନ୍ଧୁମିଳନ ହୋଇଯାଇଛି। ରବିବାର ଦିନ ସାମ୍ବାଦିକଙ୍କ ପଙ୍କଜ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଉପସଭାପତି ନିରଞ୍ଜନ ମହାରଣା ସ୍ଵାଗତ ଭାଷଣ ଦେଇଥିଲେ, ରାଜ୍ୟ ସାମ୍ବାଦିକ ସଂଘ ଓଡିଶା ସଭାପତି କୈଲାସ ଚନ୍ଦ୍ର ନାଏକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଇଥିଲେ, ଅନ୍ୟତମ ଅତିଥି ଭାବେ ଜାତୀୟ ସମ୍ପାଦକ ବବଲୁ ସିଂ, ରାଜ୍ୟ ଉପ ସଭାପତି କିର୍ତ୍ତୀ ଚନ୍ଦ୍ର ସାହୁ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତା ମଣି ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ, ରାଜ୍ୟ ସଂମ୍ପାଦକ ତଥା ସୁନ୍ଦରଗଡ ପର୍ଯ୍ୟବେକ୍ଷକ ହେମାଙ୍ଗ ପ୍ରସାଦ ରାଉଳ,ରାଜ୍ୟ ସଂମ୍ପାଦକ ତଥା ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଶଶାଙ୍କ ଶେଖର ଝାଙ୍କର ଓ ସଂଘର ମୂଖ୍ୟ ସଂଯୋଜକ ଶଶିଭୂଷଣ ଷଡ଼ଙ୍ଗୀ, ଜୀତେନ୍ଦ୍ର କୁମାର ମିଶ୍ର ,ସମାଜ ସମ୍ବଲପୁର ସଂସ୍କରଣ ଡେସ୍କ ମୁଖ୍ୟ ଉପସ୍ଥିତରେ ସୁନ୍ଦରଗଡ଼ ଜିଲ୍ଲା ରାଉଲକେଲା ପାନ୍ଥନିବାସ ଠାରେ ରାଜ୍ୟ ସାମ୍ବାଦିକ ସଂଘ ଓଡିଶା ଏକ ବୈଠକ ବନ୍ଧୁ ମିଳନ ଓ କର୍ମକର୍ତ୍ତା ଚୟନ ହେଇଯାଇଛି, ଉକ୍ତ ବୈଠକରେ ରାଜ୍ୟ ସାମ୍ବାଦିକ ସଂଘର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ଏହି ସଂଘ ସଦାସର୍ବଦା ସାମ୍ବାଦିକଙ୍କ ସୁରକ୍ଷା, ସହାୟତା ଓ ଦୁଃଖସୁଖରେ ଭାଗିଦାର ବୋଲି ମତ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ନୂତନ କର୍ମ କର୍ତ୍ତା ଚୟନ ହୋଇଥିଲା ଯାହାକି ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ବିଶ୍ଵ ରଞ୍ଜନ ହୋତା, ଉପ ସଭାପତି ଭାବେ ନିରଞ୍ଜନ ମହାରଣା, ସାଧାରଣ ସମ୍ପାଦକ ଭାବେ ଉପେନ୍ଦ୍ର ବଘାର, ସହ ସମ୍ପାଦକ ପ୍ରତାପ କୁମାର ରାଉଳ,କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ,ସହ କୋଷାଧ୍ୟକ୍ଷ ସାହିଦ୍ ଆଲାମ୍, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଙ୍କଜ କୁମାର ସାହୁ, କାର୍ଯ୍ୟ କ|ରଣୀ ସଦସ୍ୟ ପ୍ରଶାନ୍ତ ମହାରଣା ପ୍ରଫୁଲ୍ଲ ମହାରଣା, ନମି ସନ୍ୟାସୀ, ସରତ ସେଟ, ରଞ୍ଜିତ ବୋଷ, ପ୍ରଦୀପ କୁମାର ନନ୍ଦ, ଦାଶରଥି ପଣ୍ଡା, କାହ୍ନୁ ଚରଣ ସାହୁ, ସୁବାଷ ବେହେରା ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଚୟନ କର୍ମକର୍ତ୍ତାଙ୍କୁ ରାଜ୍ୟ ସଭାପତି ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ଅନେକ ସାମ୍ବାଦିକ ଯୋଗ ଦେଇଥିଲେ ଏବଂ ରାଉରକେଲା ସହାରର ଅନେକ ବୁଦ୍ଧିଜୀବୀ ଯୋଗ ଦେଇ ସାମ୍ବାଦିକ ମାନଙ୍କ ମନ ବଳ ବଢ଼ାଇ ଥିଲେ ଶେଷରେ ସୁନ୍ଦରଗଡ଼ ଜିଲା ସମ୍ପାଦକ ଉପେନ୍ଦ୍ର ବଘାର ଧନ୍ୟବାଦ ଦେଇଥିଲେ।

ad-week
Leave A Reply

Your email address will not be published.