ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ୨୨ରେ ହେବ ଶୁଭ ଖୁଣ୍ଟି ସ୍ଥାପନ… ଓଡିଶାଧର୍ମ ସଂସ୍କୃତି By nisarta Last updated Dec 18, 2023 79 0 ବରଗଡ଼: ଆସନ୍ତା ଡ଼ିସେମ୍ବର ୨୨ ତାରିଖ ଦିନ ଅପରାହ୍ନରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହେବ। ଅପରାହ୍ନ ସମୟରେ ତଳିପଡା ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ହାଟପଦା ଠାରେ ହେବ ଶୁଭ ଖୁଣ୍ଟି ସ୍ଥାପନ। ତେବେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଜାନୁଆରୀ ୧୫ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଙ୍ଗମଞ୍ଚ । ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଧନୁଯାତ୍ରା ମହୋତ୍ସବ ସମିତିର ଗୁରୁତ୍ଵପୂର୍ଣ୍ଣ ବୈଠକ ରେ ନିଷ୍ପତି ହୋଇଛି । ଚଳିତ ବର୍ଷ ୭୬ ବର୍ଷରେ ଧନୁଯାତ୍ରା ମହୋତ୍ସବ ପଦାର୍ପଣ ହେଉଥିବାରୁ ଅଧିକ ଆକର୍ଷଣ କରାଯିବ ବୋଲି ନିଷ୍ପତି ହୋଇଛି । Post navigation 0 79 Share
ବରଗଡ଼: ଆସନ୍ତା ଡ଼ିସେମ୍ବର ୨୨ ତାରିଖ ଦିନ ଅପରାହ୍ନରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହେବ। ଅପରାହ୍ନ ସମୟରେ ତଳିପଡା ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ହାଟପଦା ଠାରେ ହେବ ଶୁଭ ଖୁଣ୍ଟି ସ୍ଥାପନ। ତେବେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଜାନୁଆରୀ ୧୫ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଙ୍ଗମଞ୍ଚ । ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଧନୁଯାତ୍ରା ମହୋତ୍ସବ ସମିତିର ଗୁରୁତ୍ଵପୂର୍ଣ୍ଣ ବୈଠକ ରେ ନିଷ୍ପତି ହୋଇଛି । ଚଳିତ ବର୍ଷ ୭୬ ବର୍ଷରେ ଧନୁଯାତ୍ରା ମହୋତ୍ସବ ପଦାର୍ପଣ ହେଉଥିବାରୁ ଅଧିକ ଆକର୍ଷଣ କରାଯିବ ବୋଲି ନିଷ୍ପତି ହୋଇଛି । Post navigation