ପ୍ରଶାସନ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ାଉ…

add-all

ଦାରିଙ୍ଗବାଡ଼ି , ୧୮/୧୨ : ଓଡ଼ିଶାର କାଶ୍ମୀର ଭାବେ ଦାରିଙ୍ଗବାଡ଼ିର ନାମ ରହିଛି । ପର୍ଯ୍ୟଟକମାନେ ମଧ୍ୟ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାକୁ ଦାରିଙ୍ଗବାଡ଼ିକୁ ପ୍ରଥମ ପସନ୍ଦ ରଖି ଆସନ୍ତି । ଫଳରେ ଏହି ଦିନମାନଙ୍କରେ ପର୍ଯ୍ୟଟକଙ୍କ ଭିଡ଼ ରହେ। ପର୍ଯ୍ୟଟକ ମାନଙ୍କ ସମସ୍ତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟକୁ ଯାଇ ଖାଦ୍ୟର ମାନ ଏବଂ ସମାଜିକ ସୁରକ୍ଷା ଦିଗରେ ପଦକ୍ଷେପ ନେଇ ଚଢ଼ାଉ କରିଥିଲେ। କନ୍ଧମାଳ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢଙ୍କ ନେତୃତ୍ୱରେ ଖାଦ୍ୟ ସୁରକ୍ଷା ବିଭାଗୀୟ ଦଳ ସମେତ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏସଆଇ ସୁବାଷ ଚନ୍ଦ୍ର ବାୟକ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜରିମାନା ଆଦାୟ କରିବା ସହିତ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ।

ad-week
Leave A Reply

Your email address will not be published.