ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ ହେଲେ ଶତବିର ସିଂ ରିୟାର

add-all

ମାଲକାନଗିରି,୧୮।୧୨ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ସିରିଜରେ ଭାଗ ନେଇଥିବା ବେଳେ ଏହି ସିରିଜରେ ମାଲକାନଗିରି ଜିଲ୍ଲାର ଶତବିର ସିଁ ରିୟାର ଭାରତୀୟ ଦଳର ମ୍ୟାନେଜର ଭାବେ ଦାଇତ୍ଵ ପାଇଥିବା ବେଳେ ଜିଲ୍ଲା ପାଇଁ ଏହା ଗର୍ବ ଆଣିଦେଇଛି । ତେବେ ଶ୍ରୀ ରିୟାରଙ୍କର ଭିଜା ହୋଇ ପାରୁନଥିବାରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପୂର୍ବ ଖେଳ ଗୁଡିକରେ ସେ ଭାଗ ନେଇ ପାରି ନଥିଲେ । କିନ୍ତୁ ଆସନ୍ତା କାଲି ସେ ଦକ୍ଷିଣ ଆଫ୍ରିକା ନିମନ୍ତେ ଗସ୍ତ ଆରମ୍ଭ କରିବେ ଏବଂ ଗୋଟିଏ ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚରେ ସେ ମ୍ୟାନେଜର ଭାବେ ନିଜର ଦାଇତ୍ଵ ତୁଲାଇବେ ବୋଲି ପ୍ରକାଶ ରିଛନ୍ତି । ତେବେ ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରୁ ଶ୍ରୀ ରିୟାର ଏହି ଦାଇତ୍ଵ ପାଇଥିବା ବେଳେ ଏହା ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛି । ସେ ଜିଲ୍ଲାର ଜଣେ ଜଣାଶୁଣା ବରିଷ୍ଠ କ୍ରିକେଟ ଖେଳାଳି ତଥା ଜଣା ଶୁଣା କ୍ରୀଡାବିତ ଭାବେ ପରିଚୟ ପାଇଥିବା ବେଳେ ବର୍ତ୍ତମାନ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ad-week
Leave A Reply

Your email address will not be published.