ଡାଲଚିନି ନାଁରେ ମାର୍କେଟରେ ବିକ୍ରି ହେଉଛି କାସିଆ!; ଯାଞ୍ଚ ପାଇଁ ନିର୍ଦ୍ଦେଶ

add-all

khasia__1702972034

ଭୁବନେଶ୍ୱର : ଡାଲଚିନି ନାଁରେ ମାର୍କେଟରେ ବିକ୍ରି କାସିଆ ହେଉଥିବା ଅଭିଯୋଗ ହୋଇଛି। ଅଧିକ ଲାଭ ଆଶାରେ ଦୋକାନୀମାନେ ଡାଲ ଚିନି ବଦଳରେ ଖାଉଟିଙ୍କୁ କାସିଆ ଦେଉଛନ୍ତି। କାରଣ କାସିଆ ହେଉଛି ଡାଲ ଚିନି ଅପେକ୍ଷା ବହୁତ ଶସ୍ତା।
ଏହି ଅଭିଯୋଗ ପରେ ମାର୍କେଟର ଡାଲଚିନି ଯାଞ୍ଚ ପାଇଁ ସବୁ ରାଜ୍ୟକୁ FSSAI ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ଡାଲଚିନିର ନମୁନା ସଂଗ୍ରହ କରାଯାଉଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ନମୁନା ସଂଗ୍ରହ କରାଯାଉଛି।
କାସିଆ ଓ ଡାଲଚିନି ପ୍ରାୟତଃ ଦେଖିବାକୁ ଏକା। କିନ୍ତୁ କାସିଆରେ ରହିଥାଏ ଅଧିକ ପରିମାଣର କୌମେରିନ।।ଏହା ଦେହ ପାଇଁ କ୍ଷତିକାରକ। ଏହା ଖାଇବା ଦ୍ୱାରା ଆମ ଲିଭର ଖରାପ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦିଲ୍ଲୀରେ ଡାଲଚିନି ନାଁରେ ମାର୍କେଟରେ କାସିଆ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ପରେ FSSAI ପକ୍ଷରୁ ସବୁ ରାଜ୍ୟକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.