ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌…

add-all

IMAGE_1703140675

ଜେଲ ଦଣ୍ଡରେ ଦଣ୍ଡିତ ହେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ। ବେଆଇନ ସମ୍ପତ୍ତି ଠୁଳ ତଥା ଦୁର୍ନୀତି ମାମଲାରେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ଉଚ୍ଚ ଶିକ୍ଷାମନ୍ତ୍ରୀ କେ. ପୋନମୁଡିଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ ରକିଛନ୍ତି। କେବଳ ସେତିକି ନୁହେଁ ପୋନମୁଡି ଏବଂ ତାଙ୍କ ସ୍ତ୍ରୀଙ୍କୁ କୋର୍ଟ ୫୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ତୁଲାଉଥିବାରୁ କୋର୍ଟ ମନ୍ତ୍ରୀଙ୍କ ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି।

ମଙ୍ଗଳବାର ଦିନ ବେଆଇନ ସମ୍ପତ୍ତି ଠୁଳ ମାମଲାରେ କେ.ପନମୁଡି ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ବ୍ୟତୀତ ତାଙ୍କ ପତ୍ନୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପରେ ମାଡ୍ରାସା ହାଇକୋର୍ଟ ଦୁହିଁଙ୍କ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ରାୟ ଶୁଣାଇଛନ୍ତି ହାଇକୋର୍ଟ। ପୂର୍ବରୁ ନିମ୍ନ ଅଦାଲତ ମନ୍ତ୍ରୀ ଓ ତାଙ୍କ ସ୍ତ୍ରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ବର୍ତ୍ତମାନ ସେହି ରାୟକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଯଦି ସୁପ୍ରିମକୋର୍ଟ ଏହି ଦଣ୍ଡ କାଏମ ରଖନ୍ତି, ତେବେ ସେ ତାଙ୍କର ବିଧାୟକ ଏବଂ ମନ୍ତ୍ରୀ ପଦ ହରାଇବେ।

୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ମନ୍ତ୍ରୀ ଥିବାବେଳେ ପୋନମୁଡି ଅର୍ଜନ କରିଥିବା ସମ୍ପତ୍ତିକୁ ନେଇ ତାଙ୍କ ବିରୋଧରେ ଏହି ମାମଲା ଚାଲିଥିଲା। କୋର୍ଟଙ୍କ କହିବା ମୁତାବକ, ୭୨ ବର୍ଷୀୟ ପୋନମୁଡି ନିଜ ସମ୍ପତ୍ତି ଠାରୁ ୧.୭୫ କୋଟି ଟଙ୍କା ଅଧିକ ମୂଲ୍ୟର ସମ୍ପତ୍ତି ରଖିଛନ୍ତି। ଏହି ସମ୍ପତ୍ତି କିପରି ଅର୍ଜନ କରିଛନ୍ତି ସେ ନେଇ ମନ୍ତ୍ରୀଙ୍କ ପାଖରେ କୌଣସି ସୂଚନା ନାହିଁ। ଦୁର୍ନୀତି ନିବାରଣ ଆଇନର ଧାରା ୧୩ (୨) (୧) (ଇ) ଅନୁଯାୟୀ ଦଣ୍ଡନୀୟ ଅପରାଧ ତାଙ୍କ ବିରୁଦ୍ଧରେ ପ୍ରମାଣିତ ହୋଇଛି।

ଆୟଠୁ ଅଧିକ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଷ୍ଟାଲିନ୍ ସରକାରରେ କେ ପୋନମୁଡି ହେଉଛନ୍ତି ପ୍ରଥମ ମନ୍ତ୍ରୀ। ଯେହେତୁ ମନ୍ତ୍ରୀଙ୍କୁ ୨ ବର୍ଷରୁ ଅଧିକ ଜେଲ ଦଣ୍ଡିତ କରାଯାଇଛି। ସେଥିପାଇଁ ପୋନମୁଡିଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବ। ମନ୍ତ୍ରୀଙ୍କୁ ଜେଲ ଦଣ୍ଡ ମିଳିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.