ବିଳମ୍ବରେ ପାନ୍ ଆଧାର ଲିଙ୍କ୍ କରିଥିବା ଲୋକଙ୍କଠାରୁ ୨୧୨୫ କୋଟି ଆଦାୟ…

add-all

adhar pan

ନୂଆଦିଲ୍ଲୀ: ଯେଉଁମାନେ ପାନ୍-ଆଧାର ସଂଯୋଗ କରିବାରେ ବିଳମ୍ବ କରିଛନ୍ତି ସେମାନଙ୍କଠାରୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୨,୧୨୫ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

୩୦ ଜୁନ୍ ୨୦୨୩ ମାଗଣାରେ ପାନ୍-ଆଧାର ଲିଙ୍କ୍ କରିବାର ଶେଷ ତାରିଖ ଥିଲା। ଏହାପରେ ସରକାର ପ୍ରତ୍ୟେକ ପାନ୍ କାର୍ଡ ଧାରୀଙ୍କଠାରୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରି ପାନ୍-ଆଧାର ଲିଙ୍କ୍ କରିଛନ୍ତି। ସରକାର ସଂସଦରେ କହିଛନ୍ତି ଯେ ଜୁଲାଇ ୧, ୨୦୨୩ ପରେ ମୋଟ ୨.୧୨୫ କୋଟି ପାନ୍-ଆଧାର ଲିଙ୍କରଙ୍କ ଠାରୁ ୨,୧୨୫ କୋଟି ଟଙ୍କା ଆଦାୟ କରାଯାଇଛି।

ସଂସଦର ଶୀତକାଳୀନ ଅଧିବେଶନ ସମୟରେ ରାଜ୍ୟସଭା ସାଂସଦ ଫୁଲୋ ଦେବୀ ନେତାମ ପ୍ରଶ୍ନକାଳରେ ଅର୍ଥମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ୩୦ ଜୁନ୍ ୨୦୨୩ ସୁଦ୍ଧା କେତେ ଲୋକ ନିଜର ପାନ୍ କାର୍ଡକୁ ଆଧାର ନମ୍ବର ସହ ଲିଙ୍କ୍ କରିଛନ୍ତି? ଏହାବ୍ୟତୀତ ପାନ୍-ଆଧାର ନଥିବାରୁ କେତେ ଲୋକଙ୍କ ପାନ୍ କାର୍ଡ ନିଷ୍କ୍ରିୟ ହୋଇଛି? ଏହି ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, ଜୁନ୍ ୩୦ ସୁଦ୍ଧା ୫୪,୬୭,୭୪,୬୪୯ ପାନ୍ କାର୍ଡକୁ ଆଧାର ସହ ସଂଯୋଗ କରାଯାଇଛି। କୌଣସି ପାନ୍ କାର୍ଡ ରଦ୍ଦ ହୋଇନାହିଁ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଯଦି ପାନ୍ ଆଧାର ସହ ଲିଙ୍କ୍ ହୋଇନାହିଁ, ତେବେ ପାନ୍ କେବଳ ନିଷ୍କ୍ରିୟ ହୋଇଯାଇଛି।

ad-week
Leave A Reply

Your email address will not be published.