‘ହିନ୍ଦୁ ଧର୍ମ ନୁହେଁ ଧୋକା, କିଛି ଲୋକଙ୍କ ପାଇଁ ଏହା ଧନ୍ଦା’…

add-all

IMAGE_1703573915

‘ହିନ୍ଦୁ ଧର୍ମ ନୁହେଁ ଧୋକା। ଏହା କିଛି ଲୋକଙ୍କ ପାଇଁ ଧନ୍ଦା।’ ହିନ୍ଦୁ ଧର୍ମକୁ ନେଇ ପୁଣି ଥରେ ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ଅଖିଲେଶ ଯାଦବଙ୍କ ଚେତାବନୀ ପରେ ମଧ୍ୟ ସୁଧୁରି ନାହାନ୍ତି ଏହି ନେତା। ଏବେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି।

ମହାବ୍ରାହ୍ମଣ ସଭାର ମାତ୍ର ୨୪ ଘଣ୍ଟା ମଧ୍ୟରେ ହିନ୍ଦୁ ଧର୍ମକୁ ନେଇ ପୁଣିଥରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ସେ କହିଛନ୍ତି, ‘ହିନ୍ଦୁ ଧର୍ମ ଏକ ଧୋକା। ଏହା କେବଳ କିଛି ଲୋକଙ୍କ ପାଇଁ ଧନ୍ଦା ବା ବ୍ୟବସାୟ। ୧୯୫୫ରେ ମାନ୍ୟବର ସୁପ୍ରିମ କୋର୍ଟ ମଧ୍ୟ ହିନ୍ଦୁ କୌଣସି ଧର୍ମ ନୁହେଁ ବୋଲି କହିଥିଲେ। ଏହା ଜୀବନ ବଞ୍ଚିବାର ଏକ ଶୈଳୀ। ଆର୍‌ଏସ୍‌ଏସ୍‌ ନେତା ମୋହନ ଭାଗବତ ମଧ୍ୟ ହିନ୍ଦୁ ନାମରେ କୌଣସି ଧର୍ମ ନାହିଁ ବୋଲି ଦୁଇ ଥର କହି ସାରିଲେଣି।’

ଦିଲ୍ଲୀର ଜନ୍ତର-ମନ୍ତରରେ ଆୟୋଜିତ ବହୁଜନ ସମାଜ ଅଧିକାର ସମ୍ମିଳନୀରେ ଯୋଗ ଦେଇ ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏଭଳି ବୟାନ ଦେଇଛନ୍ତି। କେବଳ ୮ ପ୍ରତିଶତ ଲୋକ ସରକାର ଗଠନ କରିପାରିବେ ନାହିଁ। ଭୋଟ ପାଇଁ ଏମାନେ ହିନ୍ଦୁ। କିନ୍ତୁ ସାରକାରକୁ ଆସିବା ପରେ ଆଉ ହିନ୍ଦୁ ରହୁନାହାନ୍ତି। ଯଦି ଏମାନେ ଆମକ ହିନ୍ଦୁ ବୋଲି ଭାବିଥାନ୍ତେ ତେବେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ଲୋକଙ୍କ ସଂରକ୍ଷଣ ଶେଷ କରିନଥାନ୍ତେ। ଏହାର ଅର୍ଥ ହିନ୍ଦୁ କେବଳ ଏକ ଧୋକା ବୋଲି ସମାଜବାଦୀ ପାର୍ଟି ନେତା କହିଛନ୍ତି।

ନିଜ ବୟାନକୁ ପ୍ରମାଣ କରିବା ପାଇଁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତିନ ଗଡକାରୀଙ୍କ ବୟାନକୁ ମଧ୍ୟ ଦୋହରାଇଛନ୍ତି। ସେ କହିଛନ୍ତି, ‘ଯେତେବେଳେ ବି ସେ ଏପରି କୁହନ୍ତି, ଲୋକଙ୍କ ଭାବନାକୁ ଆଘାତ ଲାଗିଥାଏ। ପୂରା ଦେଶରେ ମୋର ବୟାନକୁ ନେଇ କମ୍ପନ ଆରମ୍ଭ ହୋଇଯାଏ। କିନ୍ତୁ ମୋହନ ଭାଗବତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଏହା କୁହନ୍ତି, ସେତେବେଳେ କାହାର କିଛି କ୍ଷତି ହୁଏ ନାହିଁ।’

ତେବେ ଏହା ପ୍ରଥମ ଥର ନୁହେଁ ଯେ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏହାପୂର୍ବରୁ ମଧ୍ୟ ହିନ୍ଦୁ ଧର୍ମ ଉପରେ ବିବାଦୀୟ ବୟାନ ଦେଇ ସାରିଛନ୍ତି। ମା’ ଲକ୍ଷ୍ମୀ ଏବଂ ରାମଚରିତ ମାନସ ଉପରେ ଦେଇଥିବା ବୟାନ ପାଇଁ ସେ ଚର୍ଚ୍ଚାରେ ଥିଲେ।

ad-week
Leave A Reply

Your email address will not be published.