ସାମାଜିକ ଗଣମାଧ୍ୟମରେ ‘ଖୁବ୍‌ ଶୀଘ୍ର ପୁଲ୍‌ୱାମା ଆକ୍ରମଣ ଭଳି ଆକ୍ରମଣ’ ପୋଷ୍ଟ୍‌ କରିଥିବା ଛାତ୍ର ଅଟକ…

add-all

up-police-recruitment-2023-240157844-16x9-1

ଲକ୍ଷ୍ନୌ: ସାମାଜିକ ଗଣମାଧ୍ୟମରେ ‘ଖୁବ୍‌ ଶୀଘ୍ର ପୁଲ୍‌ୱାମା ଆକ୍ରମଣ ଭଳି ଆକ୍ରମଣ’ ପୋଷ୍ଟ୍‌ କରିଥିବା ଝାଡ଼ଖଣ୍ଡର ଜଣେ ଛାତ୍ରଙ୍କୁ ଆଜି ଉତ୍ତର ପ୍ରଦେଶରେ ଅଟକ ରଖାଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ସହାରଣପୁର ‘ଏସ୍‌ଏସ୍‌ପି’ ବିପିନ ଟାଡା କହିଛନ୍ତି, ‘ଏକ୍ସ୍‌’ରେ ଆପତ୍ତିଜନକ ‘ପୋଷ୍ଟ୍‌’ କରିଥିବା ବିଷୟରେ ଦେଓବନ୍ଦ ଥାନା ସୂଚନା ପାଇବା ପରେ ଜଣେ ତରୁଣଙ୍କୁ ଅଟକ ରଖାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ତରୁଣ ଛାତ୍ରଜଣକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିଲେ ଯେ, ଖୁବ୍‌ ଶୀଘ୍ର ପୁଲ୍‌ୱାମା ଆକ୍ରମଣ ଭଳି ଆକ୍ରମଣ କରାଯିବ। କଥାର ଗୁରୁତ୍ବକୁ ବିଚାର କରି ଦେଓବନ୍ଦ ପୁଲିସ ମାମଲା ରୁଜୁ କରିବା ସହିତ ସେ ଛାତ୍ରକୁ ଅଟକାଇ ଜେରା କରୁଛି।

ତରୁଣ ଛାତ୍ରଙ୍କୁ ଅଟକ ରଖାଯାଇଥିବା ବିଷୟରେ ବି ସହାରଣପୁର ପୁଲିସ ‘ଏକ୍ସ୍‌’ କରି ସୁନିଶ୍ଚିତ କରିଛି। ଅଟକ ଛାତ୍ରଙ୍କର ନାଁ ମହମ୍ମଦ୍‌ ତଲ୍‌ହା ଆଝାର୍‌। ତାଙ୍କ ଘର ଝାଡ଼ଖଣ୍ଡର ଜାମ୍‌ସେଦ୍‌ପୁର ସଢ଼େଇକଳାରେ। ତାଙ୍କ ନାମରେ ‘ଏଫ୍‌ଆଇଆର୍‌’ ମଧ୍ୟ ପଞ୍ଜିକରଣ କରାଯାଇଛି।

ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁ୍ଆରି ୧୪ ତାରିଖରେ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୪୦ଜଣ ‘ସିଆର୍‌ପିଏଫ୍‌’ ଯବାନ ସହିଦ ହୋଇଥିଲେ। ସେଦିନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ‘ସିଆର୍‌ପିଏଫ୍‌’ ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ିକୁ ଲେଥାପୋରାରେ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଚଳାଉଥିବା ଗାଡ଼ି ଧକ୍କା ଦେଇଥିଲା। ପରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।

ad-week
Leave A Reply

Your email address will not be published.