WFI ପାଇଁ ଗଠନ ହେଲା କାମଚଳା କମିଟି…

WFI_1703675863

କୁସ୍ତି ମହାସଂଘ ପାଇଁ ଗଠନ ହେଲା ଆଡ୍‌ ହକ୍‌ କମିଟି ତଥା କାମ ଚଳା କମିଟି। ଭାରତୀୟ ଅଲିମ୍ପିକ ଆସୋସିଏସନ୍‌ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଆଡ ହକ୍ କମିଟି ଗଠନ କରିଛି। ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରାଯିବା ପରେ ଏହି କମିଟି ଗଠନ କରାଯାଇଛି।

ଏହି ଆଡ୍‌ ହକ୍‌ କମିଟିର ଅଧ୍ୟକ୍ଷତା ଭୂପିନ୍ଦର ସିଂହ ବାଜଓ୍ୱା କରିବେ। ଏହାର ସଦସ୍ୟ ରୂପେ ଏମ୍‌.ଏମ୍‌ ସୌମ୍ୟା ଓ ମଞ୍ଜଷା କନଓ୍ୱର ରହିବେ। ଏହି ଆଡ ହକ୍ କମିଟି ଗଠନ ହେବା ପରେ କୁସ୍ତି ମହାସଂଘର ନିଲମ୍ବନ ଦୀର୍ଘ ସମୟ ଧରି ଜାରି ରହିବ ବୋଲି ବିଶ୍ୱାସ କରାଯାଉଛି। ଭୂପିନ୍ଦର ସିଂହ ବାଜଓ୍ୱା ବୁଶୁ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ସଭାପତି ଥିଲେ। ତେଣୁ ତାଙ୍କର ଖେଳ ସଙ୍ଗଠନ ଚଳାଇବା ଦକ୍ଷତା ରହିଛି।

ନୀରପେକ୍ଷ ଖେଳ, ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତା ବଜାୟ ରଖିବାକୁ ଏହି ନୂତନ ଅସ୍ଥାୟୀ କମିଟି ନିଯୁକ୍ତ କରାଯାଇଥିବା ଭାରତୀୟ ଅଲିମ୍ପିକ ଆସୋସିଏସନ୍‌ କହିଛି।

ବିଜେପି ସାଂସଦ ତଥା କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଚୟ ସିଂହ କୁସ୍ତି ସଂଘର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏହାକୁ ନେଇ କୁସ୍ତି ଯୋଦ୍ଧାମାନେ ଜୋରଦାର ବିରୋଧ କରିଥିଲେ। ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ। ସେହିଭଳି ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଥିଲେ। ସ୍ଥିତି ବିଗୁଡୁଥିବା ଦେଖି କ୍ରୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ନିଲମ୍ବିତ କରିଥିଲା। ଏଥିସହ ସଞ୍ଜୟ ସିଂହଙ୍କ ପଦ୍ଦ ମଧ୍ୟ ରଦ୍ଦ ହୋଇଥିଲା।

ad-week
Leave A Reply

Your email address will not be published.