ଶିମିଳିପାଳରେ ବାଘଙ୍କ ସୁରକ୍ଷା ଲାଗି ମୂତୟନ ହେବ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ…

youtube

similipal_1703819792-750x430

ମୟୁରଭଞ୍ଜ:  ଶିମିଳିପାଳରେ  ବ୍ୟାଘ୍ର ସୁରକ୍ଷା ଲାଗି ନୂଆ ପଦକ୍ଷେପ  । ମୂତୟନ ହେବେ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ । ସବୁଜ ରଙ୍ଗରେ ଏସବୁ ଗାଡିକୁ ସ୍ବତନ୍ତ୍ର ଭାବରେ ଶମିଳିପାଳ ପାଇଁ ଡିଜାଇନ୍ କରାଯାଇଛି । ଏବଂ ଏଗୁଡିକର ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ଖଞ୍ଜାଯାଇଛି । ଯାହାଦ୍ୱାରା ରାତିରେ ସବୁ ଦିଗକୁ ଦେଖିହେବ। ଯେ କୌଣସି ଋତୁରେ , ପହାଡିଆ ରାସ୍ତାରେ ଏହି ଯାନ ଚାଲିବ  ।

ଏମିତିକି ଏସବୁ ଯାନରେ ଥିବା ବିଞ୍ଚ ଦ୍ବାରା ବର୍ଷା ଋତୁରେ ରେସକ୍ୟୁ ଅପରେସନରେ ବେଶ ସହାୟକ ହେବ। ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ମନ୍ତ୍ରୀ ଏସବୁ ଗାଡ଼ିର ଶୁଭାରମ୍ଭ କରିବେ। ଆସନ୍ତାକାଲି ଠାରୁ ଶିମିଳିପାଳରେ ଏହି ସବୁ ଗାଡ଼ି ମୁତୟନ ହେବ। ଏହାଦ୍ୱାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ ଦିଆଯାଇପାରିବ।

Leave A Reply

Your email address will not be published.