ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିରେ ଅନିୟମିତତାକୁ ନେଇଁ ସିଡ଼ିପିଓ ଅଫିସ ଘେରିଲେ ଗ୍ରାମବାସୀ

add-all

ଦାରିଙ୍ଗବାଡି,୨୯/୧୨ ,କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡି ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାମାଲା ଅଙ୍ଗନବାଡ଼ି କେନ୍ଦ୍ର ସହାୟିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ଯୋଗୁଁ ଗତକାଲି ସିଡିପିଓ ଅଫିସ ଘେରାଉ କଲେ ଗ୍ରାମବାସୀ । ଅଙ୍ଗନବାଡ଼ି ସହାୟିକା ପଦବୀ ପୂରଣ ନିମନ୍ତେ ୩ ଜଣ ପ୍ରାର୍ଥୀ ଅନଲାଇନ ଆବେଦନ କରିଥିଲେ। ସେଥି ମଧ୍ୟରୁ ଗୀତାଞ୍ଜଳି ପ୍ରଧାନ ସହାୟିକା ପଦବୀ ପାଇଁ ମନୋନୀତ ହୋଇଥିଲେ । ହେଲେ ଉକ୍ତ ମନୋନୟନ ପ୍ରକ୍ରିୟାରେ ଅଭିଯୋଗ କରିବାର ପ୍ରାବଧାନ ଥିବା ବେଳେ ଗ୍ରାମବାସୀ ଅବେଦନ କାରିଣୀ ଗୀତାଞ୍ଜଳି ପ୍ରଧାନ ନାମରେ ଅଭିଯୋଗ କରିଥିଲେ। ଏନେଇ ତଦନ୍ତ କରାଯିବ ବୋଲି ସିଡିପିଓ କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ସିଡିପିଓ ଅଭିଯୋଗର ତଦନ୍ତ ନକରି ଅନିୟମିତତା କରି ଗୁରୁବାର ଦିନ ସହାୟକ ଗୀତାଞ୍ଜଳି ପ୍ରଧାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ବୋଲି ଗ୍ରାମ ବାସୀ ଦାବୀ କରିବା ସହିତ। ଏହା ଗ୍ରାମବାସି ଜାଣିପାରି ଡ଼ଙ୍ଗାମାଲା ଗ୍ରାମର ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଦାରିଙ୍ଗବାଡି ସିଡିପିଓ ଅଫିସ ଘେରାଉ କରିଥିଲେ। ଘେରାଉ ଖବର ପାଇ ଦାରିଙ୍ଗବାଡି ତହସିଲଦାର ଶରତ ଶବର ଓ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସିଡିପିଓ ଅଫିସରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତାପରେ ସିଡିପିଓ ଅଞ୍ଜଳି ମହାପାତ୍ର ପହଞ୍ଚି ମଧ୍ୟ ବୁଝା ସୁଝା କରିଥିଲେ ସୁଧା କୌଣସି ନିଷ୍କର୍ଷ ବାହାରି ନଥିଲା । ପୁଣି ଥରେ ନିଯୁକ୍ତି ବିଜ୍ଞାପନ କରିବା ନେଇ ଗ୍ରାମବାସୀ ଅଡି ବସିଥିବା ବେଳେ ଯଦି ନୂତନ ଭାବେ ନିଯୁକ୍ତି ବିଜ୍ଞାପନ ନହୁଏ ତାହେଲେ ଗ୍ରାମବାସୀ ମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପକାଇବେ ବୋଲି ନିଷ୍ପତି ନେଇଥିଲେ । ସହାୟିକା ଚୟନ ପଦବୀ କୁ ବାତିଲ କରିବା ପାଇଁ ମଧ୍ୟ ଦାବି କରିଥିଲେ । ସିଡିପିଓ ଅଞ୍ଜଳି ମହାପାତ୍ର ଙ୍କୁ ପଚାରିବାରୁ ସେ କହିଲେ ସହାୟକ ନିଯୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ।

ad-week
Leave A Reply

Your email address will not be published.