ବିଜେପି ଦଳରେ ଯୋଗ ଦେଲେ ପୁଲିନ ପ୍ରକାଶ ପୁହାଣ

add-all

PULIN-3

ଯାଜପୁର  : ବିଜେପି ଦଳରେ ସାମିଲ ହେଲେ ପୁଲିନ ପ୍ରକାଶ ପୁହାଣ। ନୂଆ ଦିଲ୍ଲୀ ଠାରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଭାବେ ପରିଚିତ ପୁଲିନ ପୂର୍ବରୁ କଂଗ୍ରେସ ସଂଗଠନ ପାଇଁ କାମ କରୁଥିଲେ। ଏପରିକି ସେ ଏଆଇସିସି ସଦସ୍ୟ ମଧ୍ୟ ଥିଲେ। କିଛି ମାସ ତଳେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

ଆଜି ସେ ନିଜ ସମର୍ଥକଙ୍କ ସହିତ ଫେରିବା ବେଳେ ତାଙ୍କୁ ବୁଢା ଘାଟ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଏକ ବିଶାଳ ଶୋଭାଯାତ୍ରା ପୁରା ଯାଜପୁର ସହର ପରିକ୍ରମା କରିବା ପରେ ସିନ୍ଦୁରାଇମୁହଁ ଛକ ନିକଟରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଗାମୀ ଦିନରେ ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେପଟେ ପୁଲିନ ଦଳରେ ଯୋଗ ଦେବା ଫଳରେ ଦଳ ଅଧିକ ମଜବୁତ ହେବ ବୋଲି ଜିଲା ବିଜେପି ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା କହିଛନ୍ତି।

ad-week
Leave A Reply

Your email address will not be published.