ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ଛାତ୍ରସଂସଦର ବିରୋଧ…

add-all

image-1-35

ପୁରୀ: ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ରସଂସଦ ବିରୋଧ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଛାତ୍ର ସଂସଦ ।

ଅଭିଯୋଗ ମୁତାବକ, ଅଖିଳ ଓଡିଶା ଆୟୁଷ ଛାତ୍ର ସଂଘ ଦ୍ବାରା ଆୟୁଷ ଡାକ୍ତରୀ ପଦବୀ ବୃଦ୍ଧି ନିମନ୍ତେ ସମସ୍ତ ସରକାରୀ ଆୟୁଷ ମହାବିଦ୍ୟାଳୟରେ ଚଳିତବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଆନ୍ଦୋଳନ ସହ ଲୋୟର ପିଏମଜି ଠାରେ ଧାରଣା ଦିଆଯାଇଥିଲା । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ବାରମ୍ବାର ଆଲୋଚନା ପରେ ଦାବି ପୂରଣ କରିବାକୁ ଆଶ୍ୱାସନା ମିଳିବାରୁ ଆନ୍ଦୋଳନ ସ୍ଥଗିତ ହୋଇଥିଲା । ହେଲେ ରାଜ୍ୟ ସରକାର ସଂଘର ଦାବିର ବିପରୀତ ଦିଗରେ କାର୍ଯ୍ୟ କରୁଥିବା ଛାତ୍ର ସଂସଦ ଅଭିଯୋଗ କରିଛି ।
୬୯୦ ଏଏମଓ ପଦବୀକୁ କମାଇ ୪୬୨ ଏଏମଓ ପଦବୀ କରାଯାଇଥିଵା ବେଳେ ନୂତନ ପୋଷ୍ଟ ସୃଷ୍ଟି କରାଯାଇନାହିଁ ବୋଲି ଛାତ୍ର ସଂସଦ କରିଥିବା ବେଳେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ କୋର୍ଟର ଆଶ୍ରୟ ନେବାକୁ ଚେତାବନୀ ଦେଇଛି ଛାତ୍ର ସଂସଦ ।

ad-week
Leave A Reply

Your email address will not be published.