ଆସାମରେ ଫେରିବ ଶାନ୍ତି, ଅସ୍ତ୍ର ଛାଡ଼ିବାକୁ ଉଲଫା ବିଦ୍ରୋହୀ ରାଜି

add-all

WhatsApp-Image-2023-12-29-at-19.36.53

ନୂଆଦିଲ୍ଲୀ: ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ (ଉଲ୍ଫା)ର ଏକ ଗୋଷ୍ଠୀ ସହ କେନ୍ଦ୍ର ସରକାର ଓ ଆସାମ ସରକାର ଶୁକ୍ରବାର ଏକ ଶାନ୍ତି ଚୁକ୍ତି କରିଛନ୍ତି । ଏହି ଗୋଷ୍ଠୀ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେଇଥାଏ । ଚୁକ୍ତି ଅନୁସାରେ ଉଲଫା ବିଦ୍ରୋହୀନେ ଅସ୍ତ୍ରଛାଡ଼ି ମୁଖ୍ୟଧାରାରେ ସାମିଲ ହେବାକୁ ରାଜି ହୋଇଛନ୍ତି । ଏହି ଶାନ୍ତି ଚୁକ୍ତି ଦ୍ୱାରା ଆସାମରେ ଦଶନ୍ଧି ଧରି ଚାଲିଆସୁଥିବା ହିଂସାର ଅନ୍ତ ଘଟିବ ବୋଲି ଆଶା କରାଯାଉଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସରକାର ଏବଂ ଅରବିନ୍ଦ ରାଜଖୋୱାଙ୍କ ନେତୃତ୍ୱାଧୀନ ଉଲ୍ଫା ଗୋଷ୍ଠୀ ମଧ୍ୟରେ ୧୨ ବର୍ଷର ନିଃସର୍ତ୍ତ ଆଲୋଚନା ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଶାନ୍ତି ଚୁକ୍ତି ଉପରେ କହିଛନ୍ତି ଯେ ଏହା ମୋ ପାଇଁ ବହୁତ ଖୁସିର ବିଷୟ । ଉତ୍ତର-ପୂର୍ବାଞ୍ଚଳର ଅଧିକାଂଶ ଅଞ୍ଚଳରେ ଶାନ୍ତି ଫେରିଥିବାରୁ ଆଜି ଆସାମର ଭବିଷ୍ୟତ ପାଇଁ ଏକ ସୁବର୍ଣ୍ଣ ଦିନ ବୋଲି ସେ କହିଛନ୍ତି। ଶାହା କହିଛନ୍ତି ଯେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦିଲ୍ଲୀ ଓ ଉତ୍ତର-ପୂର୍ବ ମଧ୍ୟରେ ଦୂରତା ହ୍ରାସ କରିବାକୁ ପ୍ରୟାସ ଚାଲିଛି।

ad-week
Leave A Reply

Your email address will not be published.