‘ଭାରତ ନ୍ୟାୟ ଯାତ୍ରା’ ପାଇଁ ଜାନୁଆରୀ ୪ରେ ବୈଠକ ଡାକିଲା କଂଗ୍ରେସ…

add-all

IMAGE_1703855540

ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯୋଜନା କରିଛି। ଏଥିପାଇଁ ଜାନୁଆରୀ ୪ ତାରିଖରେ ଦଳ ଏକ ବଡ଼ ବୈଠକ ଡାକିଛି। ଏଥିରେ ୧୪ଟି ରାଜ୍ୟର କଂଗ୍ରେସ ସଭାପତିଙ୍କ ସହିତ ବିଧାୟକ ଦଳର ନେତାମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ଏହି ବୈଠକରେ ‘ଭାରତ ନ୍ୟାୟ ଯାତ୍ରା’ର ରୁଟ୍‌ ବା ରାସ୍ତା ଚୂଡ଼ାନ୍ତ କରାଯିବ।

‘ଭାରତ ନ୍ୟାୟ ଯାତ୍ରା’ ପାଇଁ ଜାନୁଆରୀ ୪ ତାରିଖରେ କଂଗ୍ରେସ ‘ଲୋଗୋ’ ଉନ୍ମୋଚନ କରିବ। ଜାନୁଆରୀ ୮ ତାରିଖରେ ଦଳ ଏହି ଯାତ୍ରା କେଉଁ କେଉଁ ରାସ୍ତା ଦେଇ ଯିବ, ତାହା ଘୋଷଣା କରିବ। ସେହିପରି ଜାନୁଆରୀ ୧୨ ତାରିଖରେ ଦଳ ପକ୍ଷରୁ ଏହି ଯାତ୍ରା ପାଇଁ ‘ଥିମ୍ ସଙ୍ଗ୍’ ରିଲିଜ୍ କରାଯିବ।

‘ଭାରତ ନ୍ୟାୟ ଯାତ୍ରା’ରେ ଦଳୀୟ ନେତାମାନେ ଅଳ୍ପ ରାସ୍ତା ଚାଲି ଚାଲି ଅତିକ୍ରମ କରିବେ। ବାକି ରାସ୍ତାକୁ ବସ୍‌ରେ ଅତିକ୍ରମ କରିବେ। ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧି ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଡିସେମ୍ବର ୨୭ ତାରିଖରେ କଂଗ୍ରେସ ପକ୍ଷରୁ ‘ଭାରତ ନ୍ୟାୟ ଯାତ୍ରା’ର ଘୋଷଣା କରାଯାଇଥିଲା। ଏହା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ ବୋଲି କୁହାଯାଇଥିଲା। ଏହି ଯାତ୍ରା ୧୪ଟି ରାଜ୍ୟ ଓ ୮୫ଟି ଜିଲ୍ଲା ଦେଇ ଅତିକ୍ରମ କରିବ। ଏଥିପାଇଁ ୬୭ ଦିନ ଲାଗିବ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜନସମର୍ଥନ ହାସଲ କରିବା ପାଇଁ କଂଗ୍ରେସ ଏହି ଯାତ୍ରାର ଆୟୋଜନ କରୁଥିବା କୁହାଯାଉଛି। ପ୍ରାୟ ବର୍ଷେ ତଳେ ରାହୁଲ ଗାନ୍ଧି ‘ଭାରତ ଯୋଡ଼ ଯାତ୍ରା’ କରିଥିଲେ। ସେ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ସେ ୧୩୬ ଦିନରେ ୪୦୦୦ରୁ ଅଧିକ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ।

ad-week
Leave A Reply

Your email address will not be published.