ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ସଜବାଜ ହେଲେଣି କଳାକାର…

add-all

dhanu-jatra-1200x720

ବରଗଡ଼ : ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୭୬ ତମ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥିପାଇଁ ଏବେଠାରୁ ବରଗଡ଼ ସହର ଚଳଚଞ୍ଚଳ ହୋଇପଡ଼ିଛି।
ଧନୁଯାତ୍ର ପାଇଁ କଳାକାର ମାନେ ଏବେଠାରୁ ଅଭ୍ୟାସ ଆରମ୍ଭ କରିଦେଲେଣି। ଚଳିତ ବର୍ଷ ଯାତ୍ରା କିପରି ଅଧିକ ଆକର୍ଷଣୀୟ ହେବ ସେଥିପାଇଁ ଅଭିନୟ କରୁଥିବା ସମସ୍ଥ କଳାକାର ମାନେ ନିଜେ ନିଜକୁ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି।
ଏଥର କଳାକାରଙ୍କ ଉନ୍ନତ ଅଭିନୟକୁ କମିଟି ଗୁରୁତ୍ଵ ଦେଉଛି। ସେଥିପାଇଁ ଏବେଠାରୁ କଳାକାର ମାନେ ନିଜର ଅଭ୍ୟାସ ଆରମ୍ଭ କରୁଥିବାରୁ। ସମସ୍ଥ କଳାକାରଙ୍କର ଅଭିନୟ ଉଚ୍ଚକୋଟୀର ହେବ ବୋଲି କମିଟି ଆଶା ରଖିଛି।

ସେପଟେ ନାଟ୍ୟ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି କଳାକାରଙ୍କ ଜୋରଦାର ଅଭ୍ୟାସ। ଆଉ କଳାକାରଙ୍କ ଅଭିନୟରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ଦେବକୀ ବିବାହ ଠାରୁ ଆରମ୍ଭ କରି କଂସ ବଧ ପର୍ଯ୍ୟନ୍ତ ପ୍ରତିଟି ଦୃଶ୍ୟକୁ କିଭଳି ନିଖୁଣ ଭାବରେ ଉପସ୍ଥାପନା କରାଯାଇ ପାରିବ ସେନେଇ ପ୍ରସ୍ତୁତ ହେଉଛନ୍ତି କଳାକାର ମାନେ।

ad-week
Leave A Reply

Your email address will not be published.