ଭୁବନେଶ୍ୱରରେ ଦୋକାନୀଙ୍କ ତଣ୍ଟି କାଟି ୬ ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ

IMAGE_1704183093

ଭୁବନେଶ୍ବର : ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁରେ ଆଜି ଭୋରରେ ଜଣେ ଦୋକାନୀଙ୍କ ତଣ୍ଟିକାଟି ୬ ହଜାର ଟଙ୍କା ନେଇ ଯାଇଛନ୍ତି ଲୁଟେରା। ଲୁଟ୍‌ର ଶିକାର ହୋଇଥିବା ଦୋକାନୀଙ୍କ ନାଁ ଶିବାନନ୍ଦ ବାରିକ।
ସବୁ ଦିନ ଭଳି ଆଜି ଭୋର ରାତି ପ୍ରାୟ ୩ଟା ବେଳେ ନିଜ ଦୋକାନକୁ ବାହାରିଥିଲେ ଶିବାନନ୍ଦ। ସେ ଘରର ଗେଟ୍ ଖୋଲି ବାହାରୁଥିବା ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କ ହାତରେ ଥିବା ବ୍ୟାଗ୍‌କୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ସେତେବେଳେ ଶିବାନନ୍ଦ ବ୍ୟାଗକୁ ଭିଡି ଧରିଥିଲେ। ଏହା ପରେ ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଶିବାନନ୍ଦଙ୍କ ବେକ କଟି ଯାଇଥିଲା। ଏହା ପରେ ଲୁଟେରାମାନେ ତାଙ୍କଠାରୁ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ।
ପରିବାର ଲୋକେ ଶିବାନନ୍ଦଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି। ଏହି ଘଟଣା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ad-week
Leave A Reply

Your email address will not be published.