ଖୋଲିଲା ରହସ୍ୟ; ଝିଅ ଜାଣି ବୋରୱେଲ୍‌ରେ ପକାଇ ଦେଇଥିଲା ମାଆ…!

add-all

z

କଟକ : ଏମିତି କ’ଣ ଜଣେ ମାଆ ହୋଇପାରେ? ଜନ୍ମ ପରେ ଝିଅ ହୋଇଥିବା ଜାଣି ବୋରୱେଲ୍‌ରେ ପକାଇଦେବ? ହଁ ଆଜ୍ଞା ସମ୍ୱଲପୁରରେ ବୋରୱେଲ୍‌ରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଘଟଣାରେ ଏପରି ଚାଞ୍ଚଲ୍ୟକର ଚଥ୍ୟ ସାମ୍ନାକୁ ଆସିଛି। ସେପଟେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଶିଶୁ କନ୍ୟାର ମାଆଙ୍କ ମାନସିକ ଅବସ୍ଥା ଠିକ୍‌ ଅଛି। ସେ ସବୁ ପ୍ରକାର ତଦନ୍ତକୁ ସମ୍ମୁଖୀନ ହୋଇପାରିବେ ବୋଲି ଏସ୍‌ସିବି ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି।
ପୂରା ଘଟଣା ଏମିତି। ମହିଳା ଜଣକ ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କ ଔରଷରୁ ଗୋଟିଏ ଝିଅ ଜନ୍ମ ହୋଇଥିଲା। ହେଲେ ଜନ୍ମ ଝିଅକୁ ଶାଶୁ ଘର ଲୋକ ଘୃଣା କରୁଥିଲେ। କାହିଁକି ଝିଅ ଜନ୍ମ କଲୁ ବୋଲି କହୁଥିଲେ। ଯେଉଁଥିପାଇଁ ମହିଳା ଜଣକ ନିଜ ଝିଅକୁ ଘୃଣା କରୁଥିଲେ। ପରବର୍ତ୍ତୀ ସମୟରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ଝିଅକୁ ଧରି ବାପ ଘରକୁ ପଳାଇ ଆସିଥିଲେ ମହିଳା।
ଝିଅକୁ ବାପ ଘରେ ଛାଡ଼ି ଅନ୍ୟ ଯୁବକଙ୍କ ସହିତ କିଛି ଦିନ ରହିଥିଲେ। ସେହି ସମୟରେ ତାଙ୍କ ସହିତ ମହିଳା ଜଣକ ଶାରୀରିକ ସମ୍ପର୍କ ରଖିଥିଲେ। ଯେଉଁଥିପାଇଁ ସେ ଗର୍ଭବତୀ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ ୭ ମାସରେ ପିଲା ଜନ୍ମ ହୋଇଥିଲା। ଜନ୍ମ ପରେ ଝିଅ ହୋଇଥିବା ଜାଣି ମହିଳା ଜଣକ ନେଇ ବୋରୱେଲ୍‌ରେ ପକାଇ ଦେଇଥିଲେ। ଦିନକ ପରେ ଶିଶୁକନ୍ୟା ବୋରୱେଲ୍‌ ଭିତରେ କାନ୍ଦିଥିଲେ। ସ୍ଥାନୀୟ ଲୋକେ ଜାଣିପାରି ପ୍ରଶାସନକୁ ଖବର ଦେଇଥିଲେ।
ଦୁଇ ଦିନର ଅପରେଶନ୍‌ ପରେ ଝିଅକୁ ବୋରୱେଲ୍‌ ଭିତରୁ ଉଦ୍ଧାର କରାଯାଇଥିଲା। ପରେ ତାକୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ଶିଶୁ କନ୍ୟା ସୁସ୍ଥ ରହିଛି। ସେପଟେ କିନ୍ତୁ ପୁଲିସ୍‌ ଘଟଣାର ତଦନ୍ତ କରି ଛୁଆର ମାଆକୁ ଧରିଥିଲା। ସେ ମାନସିକ ରୋଗୀ ଭାବି ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ଡିସେମ୍ୱର ୧୭ ତାରିଖରେ ତାଙ୍କୁ କଟକ ମାନସିକ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି। ଆଜି ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି।
ମହିଳାଙ୍କ ଚିକିତ୍ସା ନେଇ ଏସ୍‌ସିବି ମେଡ଼ିକାଲ୍‌ର ମାନସିକ ରୋଗ ବିଭାଗ ମୁଖ୍ୟ ଡାକ୍ତର ଅଜୟ କୁମାର ମିଶ୍ର କହିଛନ୍ତି, ୨୦୨୩ ଡିସେମ୍ୱର ୧୭ ତାରିଖରେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ମେଡ଼ିକାଲ୍‌ରେ ଭର୍ତ୍ତି ହେବା ପରେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ ତାଙ୍କର ସବୁ ପ୍ରକାର ପରୀକ୍ଷା କରିଥିଲେ। ତାଙ୍କର ଆଚାର ବ୍ୟବହାର ଦେଖିଛୁ। ପ୍ରତିଟି ପର୍ଯ୍ୟାୟରେ ତାଙ୍କ ଉପରେ ନଜର ରଖିଥିଲୁ। ତାଙ୍କର କ୍ଲିନିକାଲ୍‌ ଆସେସ୍‌ମେଣ୍ଟ, ସାଇକ୍ଲୋଜିକାଲ୍‌ ଆସେସ୍‌ମେଣ୍ଟ ଓ ଆଚାର ବ୍ୟବହାରର ଯାଞ୍ଚ କରିଥିଲୁ। ଏ ସବୁ ଟେଷ୍ଟ କରିବା ପରେ ଜାଣିବାକୁ ପାଇଲୁ, ତାଙ୍କର କୌଣସି ମାନସିକ ଅଶାନ୍ତି ନାହିଁ। କୌଣସି ଟ୍ରାଏଲ୍‌ ବା ତଦନ୍ତ ପାଇଁ ସେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି ବୋଲି ଡାକ୍ତର କହିଛନ୍ତି।

ad-week
Leave A Reply

Your email address will not be published.