ଅନ୍‌ଲାଇନ୍‌ ‘ମେଟାଭର୍ସ ଗେମ୍‌’ରେ ୧୬ ବର୍ଷୀୟ ଝିଅ ସହିତ ‘ଭର୍ଚୁଆଲ୍‌’ ଗଣଦୁଷ୍କର୍ମ…

add-all

74329229

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ‘ମେଟାଭର୍ସ ଭର୍ଚୁଆଲ୍‌ ରିଆଲିଟି ଗେମ୍‌’ରେ ପ୍ରଥମ କରି ଜଣେ ୧୬ ବର୍ଷୀୟ ଝିଅ ସହିତ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଉପରେ ବ୍ରିଟିସ୍‌ ପୁଲିସ ତଦନ୍ତ ଆରମ୍ଭ କରିଥିବା କଥା ‘ଦି ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ଝିଅଟି ତା’ର ‘ଅବତାର’ ବା ‘ଡିଜିଟାଲ୍‌’ ପ୍ରତିକୃତି ସହିତ ଅନ୍‌ଲାଇନ୍‌ରେ ଅଜ୍ଞାତ ବ୍ୟକ୍ତିମାନେ ଦୁଷ୍କର୍ମ କରୁଥିବା ଦେଖି ବିବ୍ରତ ହୋଇପଡ଼ିଛି।
‘ଇମର୍ସିଭ୍‌ ଗେମ୍‌’ରେ (ଏକ ପ୍ରକାର ଭିଡିଓ ଗେମ୍‌) ଝିଅଟି ଗୋଟାଏ ‘ଭର୍ଚ୍ୟୁଆଲ୍‌ ରିଆଲିଟି ହେଡ୍‌ସେଟ୍‌’ ପିନ୍ଧିଥିବା ବ‌େଳେ ଦଳେ ବ୍ୟକ୍ତି ତାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଶାରୀରିକ ଆଘାତ ପାଇ ନ ଥିଲେ ମଧ୍ୟ ବାସ୍ତବ ଦୁଷ୍କର୍ମ ଯୋଗୁଁ ଯେଭଳି ଆବେଗିକ ଓ ମାନସିକ ବ୍ୟଥା ହୁଏ ଝିଅଟି ସେଭଳି ବ୍ୟଥା ପାଇଥିବା କଥା ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି।
ଇଂଲଣ୍ଡର ଗୃହ ସଚିବ ଜେମ୍‌ସ୍‌ କ୍ଲେଭର୍‌ଲି ଏହି ଘଟଣାର ତଦନ୍ତ ସପକ୍ଷରେ ମତ ଦେବା ସହିତ ଝିଅଟି ଭୋଗିଥିବା ମାନସିକ ନିର୍ଯାତନା ଉପରେ ଗୁରୁତ୍ବାରୋପ କରିଛନ୍ତି।
କିନ୍ତୁ, ଦୁଷ୍କର୍ମର ସରବ୍ୟ ହେଲା ବେଳେ ଝିଅଟି କି ଖେଳ ଖେଳୁଥିଲା ତାହା ଜଣାପଡ଼ିନାହିଁ।
ଏ ସଂକ୍ରାନ୍ତରେ ‘ମେଟା’ର ଜଣେ ମୁଖପାତ୍ର କହିଛନ୍ତି, ଯେଉଁ ଘଟଣାର ଅବତାରଣା କରାଯାଇଛି ଆମ ପ୍ଲାଟ୍‌ଫର୍ମରେ ତାହା ହୁଏ ନାହିଁ। ସେହି କାରଣରୁ ଆମର ସମସ୍ତ ଗ୍ରାହକମାନଙ୍କର ‘ପର୍ସନାଲ୍‌ ବାଉଣ୍ଡରି’ ନାମରେ ଏକ ସ୍ବୟଂକ୍ରିୟ ସୁରକ୍ଷା ବ୍ୟବସ୍ଥା ରହିଛି।

ad-week
Leave A Reply

Your email address will not be published.