ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ…

add-all

petrol-pump-c-750x430

ଭୁବନେଶ୍ବର: ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଲୋକେ ଆତଙ୍କିତ ଥିବା ଯୋଗୁଁ ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି। ସେହିଭଳି ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫ ପ୍ରତିଶତ କମିଛି। କାଲି ମାତ୍ର ୨୫ % ଗାଡ଼ିରେ ତେଲ ଲୋଡିଂ ହୋଇଥିଲା। ଆଜି ପାରାଦୀପ ଡିପୋରୁ ତେଲ ଲୋଡ଼ିଂ ସମ୍ପୂର୍ଣ୍ଣ ବନ୍ଦ ଅଛି। ଜଟଣୀ ଓ ବାଲେଶ୍ଵର ଡିପୋରୁ ମାତ୍ର ଅଳ୍ପ କିଛି ଗାଡ଼ିରେ ତେଲ ଲୋଡିଂ ହୋଇଛି। ଏଭଳି ସ୍ଥିତି ଲାଗି ରହିଲେ ଆସନ୍ତାକାଲି ଅପରାହ୍ଣ ସୁଦ୍ଧା ଅନେକ ପେଟ୍ରୋଲ ଟାଙ୍କିରେ ମହଜୁଦ ଥିବା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ।

ଏଣେ ଓମଫେଡ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଡ୍ରାଇଭର ଧର୍ମଘଟ ଯୋଗୁଁ ଓମଫେଡ୍ ଦୁଗ୍ଧ ଯୋଗାଣ ପ୍ରଭାବିତ ହୋଇଛି। ଭୁବନେଶ୍ଵର ଓ କେନ୍ଦୁଝରରେ ଦୁଗ୍ଧ ଯୋଗାଣ ପ୍ରଭାବିତ। ଓମଫେଡ ପକ୍ଷରୁ ନିଜସ୍ଵ ଭ୍ୟାନ ଯୋଗେ ଦୁଗ୍ଧ ଯୋଗାଣ ପାଇଁ ପ୍ରଚେଷ୍ଟା ଜାରି ରହିଛି। ନିଜସ୍ଵ ପ୍ରଚେଷ୍ଟାରେ ସକାଳେ ମାତ୍ର ୫୦% ଦୁଗ୍ଧ ଯୋଗାଣ ସମ୍ଭବ ହୋଇପାରିଛି।

ad-week
Leave A Reply

Your email address will not be published.