୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର ଜବତ, ଜଣେ ଗିରଫ…

IMAGE_1704551548

ପୁରୀ : ପୁରୀ ଜିଲ୍ଲା ନିମାପଡ଼ାରୁ ଜଣେ ଯୁବକଙ୍କଠାରୁ ୧ କେଜି ୬୦ ଗ୍ରାମର ବ୍ରାଉନ୍ ସୁଗର ଜବତ କରିଛି ଭୁବନେଶ୍ୱର ଏସ୍‌ଟିଏଫ୍‌। ଜବତ ବ୍ରାଉନ ସୁଗରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌।
ଗିରଫ ଯୁବକଙ୍କ ନାଁ ସୁଜିତ କୁମାର ମହାନ୍ତି (୨୪)। ତାଙ୍କ ଘର ନିମାପଡ଼ା ଥାନା ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ସେ ବ୍ରାଉନ୍‌ସୁଗର ଧରି ନିମାପଡ଼ା ସ୍ଥିତ ଏକ ପେଟ୍ରୋଲ ପମ୍ପ ପାଖରେ ଥିବା ବେଳେ ଏସ୍‌ଟିଏଫ୍ ଚଢ଼ାଉ କରି ତାଙ୍କୁ ଧରିଥିଲା। ସୁଜିତଙ୍କଠାରୁ ୧ କେଜି ୬୦ ଗ୍ରାମ ବ୍ରାଉନ୍‌ ସୁଗର ଜବତ କରାଯାଇଥିଲା। ଏହା ସହିତ ତାଙ୍କୁ ଗିରଫ କରାଯାଇଥିଲା।
ନର୍କୋଟିକ୍ ଡ୍ରଗ୍ସ ବିରୋଧରେ ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ୨୦୨୦ରୁ ଆଜି ପର୍ଯ୍ୟନ୍ତ ଏସ୍‌ଟିଏଫ୍ ୭୫ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ କରିଥିବା ବେଳେ ୨୦୨ ଗ୍ରାମ କୋକେନ୍‌,୧୧୬ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଏବଂ ୩ କେଜି ୬୩୦ ଗ୍ରାମ ଓପିୟମ ଜବତ କରିଛି। ଏହି ସବୁ ମାମଲାରେ ଏସ୍‌ଟିଏଫ୍ ୧୮୫ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ଗତ ବର୍ଷକ ମଧ୍ୟରେ ଏସ୍‌ଟିଏଫ୍ ଜବତ କରିଥିବା ବ୍ରାଉନ୍‌ ସୁଗରରୁ ୬୨ କେଜିରୁ ଅଧିକ ନଷ୍ଟ କରିସାରିଛି।

ad-week
Leave A Reply

Your email address will not be published.