ଆନ୍ଦୋଳନ ରୁ ଓହରିଲା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ…

add-all

image-16

ଭୁବନେଶ୍ୱର: ଆନ୍ଦୋଳନ ରୁ ଓହରିଲା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ । ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସୂଚନା ଦେଇଛନ୍ତି ମହାସଂଘ ସଭାପତି ଜନାର୍ଦ୍ଦନ ପତି । ସେ କହିଛନ୍ତି, ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବଙ୍କ ସହ ଆଲୋଚନା ପରେ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଛି।

ଜନାର୍ଦ୍ଦନ ପତି କହିଛନ୍ତି ଯେ, ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଆଜି ସକାଳ ୬ ଟା ରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଧର୍ମଘଟ ଡାକରା ଦେଇଥିଲା ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ହଜାର ହଜାର ଡ୍ରାଇଭର ରାଜ୍ୟର ୪ଟି ଡିପୋ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଯେଉଁଥିପାଇଁ ବାଧାପ୍ରାପ୍ତ ହୋଇଥିଲା ପେଟ୍ରୋଲ, ଡିଜେଲ ପରିବହନ ।

ଏହି ପରିପ୍ରେକ୍ଷୀରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ, ପରିବହନ କମିଶନର, ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଅଲ ଓଡ଼ିଶା ଟ୍ରାନ୍‌ସପୋର୍ଟ ଓ୍ୱାର୍କର୍ସ ଫେଡେରେସନ୍‌ ସଭାପତି ଜନାର୍ଦ୍ଦନ ପତି ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ସମୟର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି ।

ad-week
Leave A Reply

Your email address will not be published.