
ହିଞ୍ଜିଳିକାଟୁ ୮/୧ : ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ପ ଡିଫେନ୍ସ ତରଫରୁ କଲର ବେଲ୍ଟ ପ୍ରତିଯୋଗିତା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ସ୍ଥିତ ଈଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ପ ଡିଫେନ୍ସ ର କୋଚ ଅମ୍ବିକା ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଅନ୍ୟତମ ଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଓ ମୁଖ୍ୟ ବକ୍ତା ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗ ଦେଇ ପ୍ରଦିପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ହିଞ୍ଜିଳିକାଟୁ ଓ ବ୍ରହ୍ମପୁର ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରୁ ୫2 ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ। ୟେଲୋ ବେଲ୍ଟ ରେ୨୨ଜଣ,ଗ୍ରୀନ ବେଲ୍ଟ ୩ଜଣ,ଗ୍ରୀନ ୱାନ ୭ଜଣ,ବ୍ଳୁ ବେଲ୍ଟ ୮ଜଣ,ବ୍ଳୁ ୱାନ ୪ଜଣ,ରେଡ ବେଲ୍ଟ ୨ଓ ରେଡ ୱାନ ବେଲ୍ଟ ୬ଜଣ ମୋଟ ୫୨ ଭାଗ ନେଇଥିବା ପରିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନରେ ଉଦଯାପନୀ ସନ୍ଧ୍ୟାରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ କଲର ବେଲ୍ଟ ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ଖେଳ ଓ କ୍ରିଡା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପ୍ରତିଯୋଗୀଙ୍କୁ ନିଜର ପ୍ରତିଭାର ବିକଶିତ ହେବା ସହ ନିଜ ନିଜର ରଣକୌଶଳ ପାଇଁ ଚେଷ୍ଟା କରିଵାକୁ ଉତ୍ସାହିତ କରିଥିଲେ । ଅଖିଳ କୁମାର ପଣ୍ଡା, ଅରୁଣ କୁମାର ମହାରଣା, ବିଶ୍ବମ୍ବର ସାହୁ, ପ୍ରମୁଖ ବହୁ ଅଭିଭାବକ ଉପସ୍ଥିତ ରହି ପରିଚାଳନା କରିଥିଲେ।ଶେଷରେ ନିରଞ୍ଜନ ସାହୁ ସଭାପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ |