ଭୁବନେଶ୍ୱରରେ MVI ପଞ୍ଚାନନ ବେହେରାଙ୍କର ୨୭ଟି ପ୍ଲଟ ଠାବ…

add-all

image-1-9

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଜିଲ୍ଲା ମୋଟର ଯାନ ନିରୀକ୍ଷକ ( MVI) ପଞ୍ଚାନନ ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ତାଙ୍କର କେବଳ ଭୁବନେଶ୍ୱରରେ ୨୭ଟି ପ୍ଲଟ ଠାବ କରାଯାଇଛି। ଏହି ୨୭ଟି ପ୍ଳଟ୍ ମଧ୍ୟରୁ ୧୦ଟି ବେନାମୀ। ସେହିଭଳି ୪ଟି ୪ ଚକିଆ ଗାଡ଼ି ଠାବ କରାଯାଇଥିବା ବେଳେ ସେଗୁଡ଼ିକ ବି ବେନାମୀ। ଏହି ୪ ଚକିଆ ଗାଡ଼ିଗୁଡ଼ିକ ମଧ୍ୟରେ ରହିଛି ମାରୁତି ସୁଜୁକି, ଫୋର୍ଡ ଫିଗୋ ଓ ଏକ ଅଶୋକ ଲେଲ୍ୟାଣ୍ଡ ପିକ୍‌-ଅପ୍।

ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଏମ୍‌ଭିଆଇ ପଞ୍ଚାନନ ବେହେରାଙ୍କର ଏକ ଦୁଇ ମହଲା କୋଠା ଅଛି। ୩୦୦୦ ବର୍ଗଫୁଟରେ ଏହି ଘରଟି ହୋଇଛି। ସେହିପରି ଭୁବନେଶ୍ୱରର ପ୍ରାଣ୍ଡ୍ରାର ସତ୍ୟ ବିହାରରେ ତାଙ୍କର ଏକ ମହଲା ବିଶିଷ୍ଟ ଏକ ଘର ଅଛି, ଯାହା ୨୪୦୦ ବର୍ଗଫୁଟ୍‌ ଜାଗାରେ ନିର୍ମିତ ହୋଇଛି। ଏହା ସହିତ ବ୍ୟାଙ୍କ, ପୋଷ୍ଟାଲ, ବୀମା ଓ ଅନ୍ୟାନ୍ୟ ଜମା ଠାବ କରାଯାଇଛି। ତେବେ ଏଗୁଡ଼ିକର ପରିମାଣ କେତେ, ସେ ନେଇ ଭିଜିଲାନ୍ସ ପକ୍ଷରୁ କିଛି କୁହାଯାଇନାହିଁ।

ଠାବ ହୋଇଥିବା ଏହି ସବୁ ପ୍ଲଟ୍ ଓ ଘରଗୁଡ଼ିକର ମୂଲ୍ୟ ଜଣାପଡ଼ିନାହିଁ। ଭିଜିଲାନ୍ସର ବୈଷୟିକ ଟିମ୍ ଏସବୁର ମାପଚୁପ ଓ ମୂଲ୍ୟାୟନ କରୁଛି। ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଓ ଖୋଡ଼ତାଳ ଜାରି ରହିଛି। ଆଜିର ଏହି ଚଢ଼ାଉରେ ଭିଜିଲାନ୍ସର ୬ ଜଣ ଡିଏସପି, ୩ ଜଣ ଇନ୍‌ସପେକ୍ଟର, ୮ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

ad-week
Leave A Reply

Your email address will not be published.