କୃଷକ ସାଥୀ ବାଡେସା ନହାମାଝୀଙ୍କ ବିୟୋଗରେ ଶୋକର ଛାୟା

add-all

ଦାରିଙ୍ଗବାଡ଼ି, ୯/୧ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ କୂଟଲାରୀଗାଁର ବାଡେସା ନାହାମାଝୀଙ୍କ ପ୍ରାୟ (୫୫) ବର୍ଷ ବୟସରେ ଜିଲା ମହକୁମାରେ ମୃତ୍ୟୁ ହୋଇଛି। ଏହି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଥାଉକି ବାଡେସା ନହାମାଝୀ ବ୍ରାହ୍ମଣୀଗାଁ ଅଞ୍ଚଳର କୃଷକ ସାଥି ଓ ଉଦ୍ୟାନ ସାଥି ଭାବେ କାମ କରୁଥିଲେ। କନ୍ଧମାଳ ଜିଲ୍ଲା ମହକୁମାରେ ଚାଲିଥିବା ଶୀତ ମହୋତ୍ସବରେ ଯୋଗ ଦେବାକୁ ଯାଇଥିଲେ। ଗତକାଲି ସନ୍ଧ୍ୟା କାର୍ଯ୍ୟ କ୍ରମ ସରିବାପରେ ବିଶ୍ରାମ ନେବାକୁ ଆସି ରାତ୍ରି ପ୍ରାୟ ୧୧ ଘଣ୍ଟା ସମୟରେ କୌଣସି କାରଣରୁ ଅସୁସ୍ଥ ହେଲେ। କାର୍ଯ୍ୟକ୍ରମକୁ ଯାଇଥିବା କୃଷକ ସାଥି ଭାଇ ମାନେ ଜିଲା ମହକୁମା ବଡ ଡାକ୍ତର ଖାନାରେ ପହଞ୍ଚାଇ ଥିଲେ ହେଲେ ଡାକ୍ତର ମୃତ ଘୋଷଣା କରିଥିବା ଜଣା ପଡ଼ିଛି। ଆଜି ଶବ ବ୍ୟବଛେଦ ପରେ ମର ଶରୀର କୂଟଲାରୀଗାଁ ପହଞ୍ଚି ଥିଲା। ପରିବାର ବର୍ଗ, ଆତ୍ମୀୟ ସଜନ ଓ ଶତାଧିକ ଅଞ୍ଚଳ ବାସୀଙ୍କ ଗହଣରେ ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଶେଷକୃତ୍ୟ ସମ୍ପନ୍ନ କରା ଯାଇ ଥିବା ଜଣାପଡିଛି।

ad-week
Leave A Reply

Your email address will not be published.