ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା…

add-all

Earthquake_185b97dfba4_large-750x430-1.jpg

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନ ୨ଟା ୫୦ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନରେ ୬.୧ ତୀବ୍ରତାର ଏକ ଭୂକମ୍ପ ହେବା ପରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ରାଜଧାନୀ କାବୁଲର ଉତ୍ତରପୂର୍ବରେ ୨୪୧ କିମି ଦୂରରେ ଥିଲା ବୋଲି କହିଛି ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)।
କେବଳ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଞ୍ଚଳ ନୁହେଁ, ପୁଞ୍ଚ ସମେତ ଜମ୍ମୁ ଓ କଶ୍ମୀରର ଆଉ କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପାକିସ୍ତାନର ଲାହୋରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ତେବେ ଭୂକମ୍ପ ଝଟକା ଯୋଗୁ ଦିଲ୍ଲୀବାସୀ ଡରି ଯାଇଥିଲେ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘରେ ଜିନିଷପତ୍ର ଦୋହଲି ଯାଇଥିଲା ବୋଲି ଲୋକେ କହୁଛନ୍ତି।
ଆଫଗାନିସ୍ତାନରେ ବାରମ୍ବାର ଭୂକମ୍ପ ହେଉଛି। ଗତବର୍ଷ ଆଫଗାନିସ୍ତାନରେ ଏକାଧିକ ଭୂକମ୍ପ ହୋଇଥିଲା। ଏଥିରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆର ଭୂକମ୍ପ ଜୋନ୍ IVରେ ଆସୁଛନ୍ତି। ଏହି ଅଞ୍ଚଳ ଭୂକମ୍ପ ପ୍ରବଣ।

ad-week
Leave A Reply

Your email address will not be published.