ମାଆ, ପୁଅଙ୍କ ଅଶ୍ଳୀଳ ଭିଡିଓ ପ୍ରଦର୍ଶନ ପାଇଁ ‘ୟୁଟ୍ୟୁବ୍‌ ଇଣ୍ଡିଆ’କୁ ମିଳିଲା ସମନ୍‌

add-all

court

ନୂଆଦିଲ୍ଳୀ: ମାଆ ଓ ପୁଅଙ୍କ ଉପରେ ଆପତ୍ତିଜନକ ବିଷୟବସ୍ତୁ ପ୍ରଦର୍ଶନକୁ ନେଇ ୟୁଟ୍ୟୁବ୍‌ ଇଣ୍ଡିଆକୁ ଆନୁଷ୍ଠାନିକ ସମନ୍‌ ଜାରି ହୋଇଛି। ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ୟୁଟ୍ୟୁବ ଇଣ୍ଡିଆର ସରକାରୀ ବ୍ୟାପାର ତଥା ଜନ ନୀତି ମୁଖ୍ୟଙ୍କୁ ଜାନୁଆରି ୧୫ ତାରିଖରେ ଏହିପରି ଚ୍ୟାନେଲଗୁଡ଼ିକର ତାଲିକା ସହିତ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମା ଏବଂ ପୁଅଙ୍କର ଅଶ୍ଳୀଳ ବିଷୟବସ୍ତୁ ଏବେ ଚିନ୍ତା ବଢ଼ାଇଛି।
ସରକାରୀ ବ୍ୟାପାର ତଥା ଜନ ନୀତିର ମୁଖ୍ୟ ମୀରା ଚାଟଙ୍କୁ ଏକ ଚିଠିରେ ଏନସିପିସିଆର ମୁଖ୍ୟ ପ୍ରିୟଙ୍କା କାନୁନ୍‌ଗୋ ଲେଖିଛନ୍ତି, ‘‘ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ମା ଏବଂ ପୁଅଙ୍କ ସହ ଜଡିତ କିଛି ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳୁଛି। ଭିଡିଓଗୁଡ଼ିକରେ ମାଆ ଓ ପୁଅ ମଧ୍ୟରେ ଚୁମ୍ବନରୁ ନେଇ ଅନେକ ଅଶ୍ଳୀଳ କାର୍ଯ୍ୟ ଦେଖିବାକୁ ମିଳୁଛି। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ।’’
ଏହାସହ କାନୁନଗୋ ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା କରି କହିଛନ୍ତି, ‘‘ୟୁଟ୍ୟୁବରେ ମା ଏବଂ ପୁଅଙ୍କୁ ନେଇ ଅନେକ ଅଶ୍ଳୀଳ ଭିଡିଓ ରହିଛି। ଯାହାକି ପୋକ୍ସୋ ଆଇନକୁ ଉଲ୍ଲଂଘନ କରୁଛି। ୟୁଟ୍ୟୁବ୍ ଏହାକୁ ଠିକ୍ କରିବାକୁ ପଡିବ। ଅପରାଧୀଙ୍କୁ ଜେଲ ଯିବାକୁ ପଡିବ। ଏହିପରି ଭିଡିଓଗୁଡିକର ବ୍ୟବସାୟିକୀକରଣ ‘ପର୍ଣ୍ଣ’ ଭିଡିଓ ବିକିବା ସହ ସମାନ। ଯେଉଁମାନେ ଏଭଳି କାମରେ ଲିପ୍ତ ଅଛନ୍ତି ମେସାନଙ୍କୁ ଜେଲ୍‌ ପଠାଯିବା ଉଚିତ।’’

ad-week
Leave A Reply

Your email address will not be published.