ଇନ୍ଦୋର ଓ ସୁରାଟ ଦେଶର ସର୍ବାଧିକ ସ୍ବଚ୍ଛ ସହର ଘୋଷିତ…

add-all

Untitled-3-750x430

ନୂଆଦିଲ୍ଲୀ: କ୍ରମାଗତ ସପ୍ତମ ଥର ପାଇଁ ଇନ୍ଦୋରକୁ ଦେଶର ସର୍ବାଧିକ ସ୍ବଚ୍ଛ ସହର ଘୋଷଣା କରାଯାଇଛି। ଏଥର ଗୁଜୁରାଟର ସୁରଟ ବି ସର୍ବାଧିକ ସ୍ବଚ୍ଛ ସହର ଘୋଷିତ ହୋଇଛି। ୨୦୨୦ରୁ ସୁରଟ ଲଗାତାର ଦ୍ବିତୀୟ ସର୍ବାଧିକ ସ୍ବଚ୍ଛ ସହର ଘୋଷିତ ହୋଇ ଆସୁଥିଲା।୨୦୨୦ରୁ ସୁରଟ ଲଗାତାର ଦ୍ବିତୀୟ ସର୍ବାଧିକ ସ୍ବଚ୍ଛ ସହର ଘୋଷିତ ହୋଇ ଆସିଥିଲା। ନାଭି ମୁମ୍ବାଇ ତୃତୀୟ ସର୍ବାଧିକ ସ୍ବଚ୍ଛ ସହର। ଗୁରୁବାର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଇନ୍ଦୋର ସହରର ପ୍ରଭାବଶାଳୀ ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ଶୈଳୀ ବାସ୍ତବରେ ପ୍ରଶଂସନୀୟ।
ଚଳିତ ଥର ୪୪୦୦ ସହର ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ନୂଆଦିଲ୍ଲୀଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୩ ବର୍ଷ ପାଇଁ ସ୍ବଚ୍ଛତା ପାରାମିଟର ଉପରେ ୟୁଏଲ୍‌ବି (ଅର୍ବାନ ଲୋକାଲ ବଡିଜ୍‌) ରୢାଙ୍କିଂ ଜାରି କରିଥିଲେ।

ad-week
Leave A Reply

Your email address will not be published.