ଆରମ୍ଭ ହେଲା ଇଣ୍ଟରନେସନାଲ୍ କ୍ରାଫ୍ଟ ସମିତ, ଯୋଗ ଦେଲେ ବଲିଉଡ଼ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି…

youtube

Capture2-1

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଇଣ୍ଟରନେସନାଲ୍ କ୍ରାଫ୍ଟ ସମ୍ମିଟ୍ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ ମୋଡ଼ରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀର ଉଦଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ରୀତା ସାହୁ, ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ, କୋରାଇ ବିଧାୟକ ଅଶୋକ ବଳ ଓ ବଲିଉଡ଼ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି ଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।

ଜାନୁଆରୀ ୧୨ ରୁ ୧୪ ତାରିଖ ୩ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀର ଏହି ଦ୍ବିତୀୟ ସଂସ୍କରଣ ଯାଜପୁରର ବ୍ୟାସନଗର ଠାରେ ଅନୁଷ୍ଠିତ ହେଉଥିବା ବେଳେ UNDP, UNESCO, UNHABITAT, UNICEF ପରି ବିଶ୍ୱସ୍ତରୀୟ ସଂଗଠନ ଗୁଡିକର ବିଶେଷଜ୍ଞ ଏବଂ ବିଶ୍ୱସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ଓଡ଼ିଶା ହେଉଛି କଳା ଏବଂ ହସ୍ତଶିଳ୍ପର ଭୂମି, ଏହା ଆମର ପରିଚୟ ତେଣୁ ଏହି ସମ୍ମିଳନୀ ଆମର ପ୍ରତିଷ୍ଠାକୁ ଆନ୍ତର୍ଜାତୀୟ ସ୍ତରକୁ ନେଇଯିବ । ଏଥିସହ ପର୍ଯ୍ୟଟକଙ୍କ ପାଇଁ ବିଶ୍ୱସ୍ତରୀୟ ହଟସ୍ପଟ୍ ଭାବରେ ବିକାଶ, ଜୀବିକା ନିର୍ବାହ ଏବଂ ନିଯୁକ୍ତି ସୁଯୋଗ ତଥା ନିବେଶକମାନଙ୍କ ପାଇଁ ରାଜ୍ୟକୁ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ଆନ୍ତରିକତାର ସହ ଉଦ୍ୟମ କରୁଛନ୍ତି ବୋଲି ମୁଖମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.