ମାଲକାନଗିରି ଷ୍ଟାଡିୟମଠାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଉଦଘାଟିତ

add-all

ମାଲକାନଗିରି (୧୨।୧) : ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଷ୍ଟାଡିୟମଠାରେ ଆଜି ଆଜି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଉଦଘାଟିତ ହୋଇଯାଇଛି । ଏହାକୁ କେନ୍ଦ୍ରିୟ ପ୍ରଭାରୀ ତଥା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ (ଉନ୍ନୟନ) ପ୍ରେମ କୁମାର ଝା ଯୋଗ ଦେଇ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ବଳଭଦ୍ର ମାଝି, ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲ୍ଲୀ, ଜିଲ୍ଲା ପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ମାଲକାନଗିରି ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବାରିକ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଏ ଅବସରରେ ବିଭିନ୍ନ ଷ୍ଟଲରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟ ପାରୀକ୍ଷା କରାଯାଇଥିଲା । ଏ ଅବସରରେ ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନକୁ ଏଲ.ଇ.ଡି ମାଧ୍ୟମରେ ପ୍ରସାରଣ କରାଯାଇଥିଲା । ପରେ ପୌର ପରିଷଦବାସୀଙ୍କୁ ବିକଶିତ ଭାରତ ପାଇଁ ସଙ୍କଳ୍ପ ଶପଥ ପାଠ କରାଯାଇଥିଲା । ଶେଷରେ ଅତିଥିମାନେ କୃଷି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ad-week
Leave A Reply

Your email address will not be published.