ଦିଲ୍ଲୀ ହାଇକୋର୍ଟରେ ବିଜେଡି ବିରୋଧୀ ମାମଲା ଅଗ୍ରାହ୍ୟ

add-all

delhi

ଦିଲ୍ଲୀ ହାଇକୋର୍ଟରେ ବିଜେଡି ବିରୋଧୀ ମାମଲା ଅଗ୍ରାହ୍ୟ । ବିଜେଡି ବିରୋଧରେ ମାମଲା ଗ୍ରହଣ କଲେନାହିଁ ଦିଲ୍ଲୀ ହାଇକୋର୍ଟ। ସରକାରୀ ଯୋଜନା ପ୍ରୋମୋରେ BJDର ଶଙ୍ଖ ଚିହ୍ନ ବ୍ୟବହାର ନେଇ ବିଜେଡି ବିରୋଧରେ ଅଭିଯୋଗ ହୋଇଥିଲା । ବିଜେପି ନେତା ଯତିନ ମହାନ୍ତିଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଆବେଦନକାରୀଙ୍କୁ ଓଡ଼ିଶା ହାଇକୋର୍ଟ ଯିବାକୁ କହିଛନ୍ତି କୋର୍ଟ ।

ଏଭଳି ଘଟଣା ସବୁ ରାଜ୍ୟରେ ଘଟୁଛି। ଏହା କୌଣସି ଗୋଟିଏ ରାଜ୍ୟ ପାଇଁ ନୂଆ ନୁହେଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଓଡିଶା ହାଇକୋର୍ଟରେ ନିଜ ଅଭିଯୋଗ କରିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି କୋର୍ଟ। ଏହି ମାମଲାର ଶୁଣାଣି କରିବାକୁ ଓଡିଶା ହାଇକୋର୍ଟ ଉପଯୁକ୍ତ ସ୍ଥାନ ବୋଲି ଦିଲ୍ଲୀ ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଓ ଜଷ୍ଟିସ ମନମିତ ପ୍ରୀତମ ସିଂ କହିଛନ୍ତି।

ad-week
Leave A Reply

Your email address will not be published.