ଟିସୁ ପେପରରେ ଆଇଲାଇନର ଜରିଆରେ ସୂଚନା ଲେଖିଥିବା ଚିଠିକୁ ପୁଲିସ କଲା ଜବତ

rewr

ନୂଆଦିଲ୍ଲୀ: ବେଙ୍ଗାଲୁରୁର ସିଇଓ ସୂଚନା ସେଠ(ବେଙ୍ଗାଲୁରୁର ସିଇଓ) ଗୋଆରେ ନିଜର ୪ ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ‌ରେ ପୁଲିସ ହେପାଜତରେ ରଖିଛି। ମହିଳାଙ୍କ ହ୍ବାଟ୍‌ସଆପ୍‌ ଚାଟ୍‌ ପୁଲିସ୍‌ ହାତରେ ପଡ଼ିଥିବା ବେଳେ ତାଙ୍କ କିଛି ସାମଗ୍ରୀରୁ ଏକ ହାତଲେଖା ଚିଠି ମଧ୍ୟ ଜବତ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ହାତଲେଖା ଚିଠିରେ ୩୯ବର୍ଷୀୟ ସୂଚନା ସ୍ବାମୀ ଭେଙ୍କଟ ରମଣଙ୍କ ସହିତ ତାଙ୍କ ସମ୍ପର୍କ କେମିତି ଥିଲା ତାହାକୁ ଆଇଲାଇନର ଜରିଆରେ ଟିସୁପେପରରେ ଉଲ୍ଲେଖ କରିଥିଲେ।

ତେବେ ଏନେଇ ସବିଶେଷ ବିବରଣୀ ଯାଞ୍ଚ ପରେ ସାମ୍ନାକୁ ଅଣାଯିବ। ଏବେ କିଛିଟା କଥାକୁ ଗୋପନା ରଖାଯାଇଛି। କାରଣ ଉକ୍ତ ଚିଠିକୁ ଯାଞ୍ଚ ପାଇଁ ଫରେନ୍ସିକ ସାଇନ୍ସ ଲାବ୍ରୋଟୋରିକୁ ପଠାଯାଇଛି। ଜବତ ହୋଇଥିବା ଚିଠିରୁ ସୁଖାନାଙ୍କ ମାନିସିକସ୍ଥିତି କ’ଣ ଥିଲା ତାହା ଜଣାପଡ଼ିଛି। ତେବେ ଶିଶୁକୁ ହତ୍ୟା କରିବା ପରେ ସୂଚନା କୌଣସି ପ୍ରକାର ପଶ୍ଚତାପ କରୁନାହାନ୍ତି। ସେ ଯାଞ୍ଚ‌ରେ କୌଣସି  ସହଯୋଗ ବି କରୁ ନାହାନ୍ତି ।

ପୁଲିସ କହିଛି ଯେ ସୂଚନା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଶିଶୁର ହେପାଜତକୁ ନେଇ ବିବାଦ ଲାଗି ରହିଥିଲା। ଭେଙ୍କଟ ରମଣଙ୍କୁ ଶିଶୁଟିକୁ ଭେଟିବା ପାଇଁ କୋର୍ଟ ଅନୁମତି ଦେଇଥିଲେ। କିନ୍ତୁ ଏ ଅନୁମତିରେ ସୂଚନା ରାଜି ନଥିଲେ ସେ ସ୍ବାମୀଙ୍କୁ ଶିଶୁ ସହିତ ଭେଟ କରାଇବାକୁ ଚାହୁଁ ନଥିଲେ।

ad-week
Leave A Reply

Your email address will not be published.