କେନ୍ଦ୍ରମନ୍ତ୍ରୀଙ୍କ କେନ୍ଦୁପତ୍ରରୁ ଜିଏସଟି ଛାଡ ପ୍ରତିଶ୍ରୁତି କୁଆଡେ ଗଲା…

WhatsApp-Image-2024-01-13-at-5.23.35-PM-750x430

ରେଢାଖୋଲ: ସମ୍ବଲପୁର ରେଢାଖୋଲରୁ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ସିଧାସଳଖ ବର୍ଷିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କେନ୍ଦୁପତ୍ରରୁ ଜିଏସଟି ଛାଡ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ। ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ୫-ଟି ଅଧ୍ୟକ୍ଷ। କେନ୍ଦୁପତ୍ର ତୋଳାଳୀଙ୍କ ଲାଗି ରାଜ୍ୟ ସରକାର ଜିଏସଟି ଛାଡ କରିଛନ୍ତି। ସେମାନଙ୍କ ଲାଗି ଶୀଘ୍ର ପ୍ୟାକେଜ ଘୋଷଣା ହେବା ନେଇ ସୂଚନା ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ପଦମପୁର ଉପନିର୍ବାଚନରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ କରିବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏବେ ପ୍ରତିଶ୍ରୁତି କୁଆଡେ ଗଲା। କେବେ ଏହା ପୂରଣ ହେବ, ଆମେ ଅପେକ୍ଷା କରିଛୁ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି। ପୂର୍ବରୁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳଳିଙ୍କୁ ବୋନଓ ପ୍ରଦାନ କରିଥିଲେ। ଏବେ ପୁଣି ପ୍ୟାକେଜ ଘୋଷଣା କରିବେ। ଏହାସହିତ କେନ୍ଦୁପତ୍ର ତୋଳାଳିଙ୍କ ପିଲାଙ୍କ ବିବାହ ପାଇଁ ସହାୟତା ପ୍ରଦାନ କରିବେ। ଏହି ଦୁଇଟି ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ, ଯାହାକୁ ପୂରଣ କରିବାକୁ ଯାଉଛନ୍ତି। ରେଢାଖୋଲରେ ବିକାଶ କାର୍ଯ୍ୟର ହିସାବ ଦେଇଥିଲେ ୫-ଟି ଅଧ୍ୟକ୍ଷ।

ad-week
Leave A Reply

Your email address will not be published.