‘ବୟଫ୍ରେଣ୍ଡ୍‌’ଙ୍କ ଝିଅକୁ ବ୍ୟାଟେରି, ପେଚକଣ୍ଟା ଓ ନେଲ୍‌ ପଲିସ୍‌ ରିମୋଭର୍‌ ଖୁଆଇ ମାରିଲେ ଯୁବତୀ

add-all

20-750x430

ନୂଆଦିଲ୍ଲୀ: ବୟଫ୍ରେଣ୍ଡ୍‌ର ୧୮ମାସିଆ ଝିଅକୁ ବ୍ୟାଟେରି, ପେଚକଣ୍ଟା ଓ ନେଲ୍‌ ପଲିସ୍‌ ରିମୁଭର୍‌ ଖୁଆଇ ମାରିବା ଘଟଣାରେ ଆମେରିକାର ପେନ୍‌ସିଲ୍‌ଭେନିଆ ପ୍ରଦେଶରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଅଭିଯୁକ୍ତ କରାଯାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଗତବର୍ଷ ଜୁନ୍‌ ମାସରେ ୧୮ ମାସର ଝିଅ ଆଇରିସ୍‌ ରିତା ଆଲ୍‌ଫେରାକୁ ହତ୍ୟା କରିଥିବା ସନ୍ଦେହରେ ୨୦ ବର୍ଷୀୟ ଆ‌ଲିସିଆ ଓୱେନ୍‌ଙ୍କୁ ଗରିଫ କରାଯାଇଛି।

ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଲା ଯେ, ରକ୍ତରେ ଏସିଟୋନ୍‌ ବିପଜ୍ଜନକ ସ୍ତରକୁ ବୃଦ୍ଧି ପାଇବାରୁ ଆଇରିସ୍‌ ରିତା ଆଲ୍‌ଫେରାର ମୃତ୍ୟୁ ହୋଇଥିଲା।

୨୦୨୩ ଜୁନ୍‌ ୨୫ରେ ଆଇରିସ୍‌କୁ ନିଶ୍ଚଳ ଅବସ୍ଥାରେ ତା’ର ବାପାଙ୍କ ବାସଭବନ ପେନ୍‌ସିଲ୍‌ଭାନିଆର  ନିୟୁ କାସେଲ୍‌ରୁ ଉଦ୍ଧାର କରାଯାଇଥିଲା। ଅତି ସଙ୍କଟଜନକ ଅବସ୍ଥାରେ ଆଇରିସ୍‌କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ୪ ଦିନ ପରେ ତା’ର ମୃତ୍ୟୁ ହୋଇଗଲା।

ଘଟଣାର ତଦନ୍ତ କରିବା ପରେ ପୁଲିସ ଜାଣିଲା ଯେ, ଆଇରିସ୍‌ର ବାପା ବେଲି ଜାକୋବିଙ୍କ ୨୦ ବର୍ଷୀୟ ବାନ୍ଧବୀ ଆ‌ଲିସିଆ ଓୱେନ୍‌ଙ୍କ ଯୋଗୁଁ ହିଁ ତା’ର ମୃତ୍ୟୁ ଘଟିଛି। ଏହିସବୁ ଜିନିଷ ଖୁଆଇଲେ ପିଲାଙ୍କ ଶରୀରରେ କି ପ୍ରଭାବ ପଡ଼ିବ ସେ ମାସ ମାସ ଧରି ଅନ୍‌ଲାଇନ୍‌ରେ ସର୍ଚ କରିଥିଲେ ବୋଲି ପୁଲିସ ଜାଣିପାରିଛି।

ad-week
Leave A Reply

Your email address will not be published.