ଆସନ୍ତାକାଲି ଠାରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା ମହୋତ୍ସବ…

youtube

Dhanu-Yatra-Festival

ବରଗଡ଼ : ଆରମ୍ଭ ହେଉଛି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା। ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। କଂସଙ୍କ ରାଜ ଦରବାର ସମେତ ରଙ୍ଗମହଲ ଓ ବିଭିନ୍ନ ତୋରଣ କାମ ଜୋରସୋରରେ ଆଗେଇ ଚାଲିଛି।

ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା। ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୯୫ ଫୁଟ ଉଚ୍ଚ ଏବଂ ୪୫ ଫୁଟ ପ୍ରସ୍ଥ ବିଶିଷ୍ଟ ରାଜଦରବାର ନିର୍ମାଣ କରାଯାଇଛି।

ସେହିପରି ରଙ୍ଗ ମହଲକୁ ନୂଆ ରୂପ ଦିଆଯାଉଛି। ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ଭିତରେ ୧୪ଟି ମଞ୍ଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହୋଇଥାଏ। କଂସ ଦରବାର, ରଙ୍ଗମହଲ ଓ ନନ୍ଦ ଦରବାରରେ ପ୍ରତିଦିନ ଧନୁଯାତ୍ରାର ଦୃଶ୍ୟଗୁଡ଼ିକ ଅଭିନୀତ ହୋଇଥାଏ।

Leave A Reply

Your email address will not be published.