କୁଦାନଗରୀ ହାଇସ୍କୁଲର ୧୯୮୫ ମସିହା ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କର ତୃତୀୟ ବନ୍ଧୁମିଳନ

add-all

pic1

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅର୍ନ୍ତଗତ କୁଦାନଗରୀ ହାଇସ୍କୁଲର ୧୯୮୫ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହା ଥିଲା ତୃତୀୟ ବନ୍ଧୁ ମିଳନ | ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ଏହି ଅବସରରେ; ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ | ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ପୁରୁଣା ଦିନର ସ୍ମୃତି ଚାରଣ କରିବା ସହିତ ସଂଗୀତ, ଆଲୋଚନା ଆଦି କରିଥିଲେ | ଏଥି ସହିତ ପବିତ୍ର ନୈମିଷାରଣ୍ୟ କୁଦାନଗରୀରେ ମହାପୁରୁଷ ଶୁକ ପରିକ୍ଷୀତଙ୍କ ଗାଦି ସହିତ ଅନ୍ୟାନ୍ୟ ଦେବଦେବୀଙ୍କୁ ଦର୍ଶନ କରିଥିଲେ | ବିଦ୍ୟାଳୟ ନିକଟରେ ଥିବା ମା ଦକ୍ଷିଣକାଳିକାଙ୍କ ଦର୍ଶନ ମଧ୍ୟ କରିଥିଲେ |
ଛାତ୍ରଛାତ୍ରୀମାନେ ସୁସ୍ବାଦୁ ଭୋଜନ କରିବା ସହିତ ମଉଜମଜଲିସ କରିଥିଲେ | ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ରାଜକିଶୋର ପ୍ରଧାନ, ଅଜୟ ମହାପାତ୍ର, ଦୀପକ ମହାପାତ୍ର, ହିମାଂଶୁ ମହାନ୍ତି, ମୋହନ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ କବିତା ତ୍ରିପାଠୀ, ମିନତୀ ଦାସ, ସୁବାସିନୀ ମଲ୍ଲିକ, ପ୍ରଦେଶିନୀ ମଲ୍ଲିକ, ଅରୁନ୍ଧତି ମଲ୍ଲିକ, ସୌଦାମିନୀ ପ୍ରଧାନ, ଜୟନ୍ତୀବାଳା ନାଥ, ହୃଦୟ କୁମାର ଷଡଙ୍ଗୀ, ମହେନ୍ଦ୍ର କୁମାର ମଲ୍ଲିକ, ରଶ୍ମୀରଞ୍ଜନ ମହାନ୍ତି, ମନୋଜ ମହାପାତ୍ର, ବିଜୟ ବାରିକ, ପ୍ରତାପ ସାହୁ, ପ୍ରମୋଦ ବାରିକ, ଅଜୟ କୁମାର ମିଶ୍ର, ହରିହର ତ୍ରିପାଠୀ ପ୍ରମୁଖ ଭାଗ ନେଇଥିଲେ |

ad-week
Leave A Reply

Your email address will not be published.