କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ…

add-all

cheetah_1705409503

ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଆଖିବୁଜିଲା ଆଉ ଏକ ଚିତା। ମଙ୍ଗଳବାର ଚିତା ସୌର୍ଯ୍ୟର ମୃତ୍ୟୁ ହୋଇଛି। ଏହି ଚିତାକୁ ଦକ୍ଷିଣ ଆଫ୍ରିକାର ନାମ୍ବିଆରୁ ଅଣାଯାଇଥିଲା। ଏହାକୁ ମିଶାଇ କୁନୋ ନ୍ୟାସନାଲ ପାର୍କରେ ବର୍ତ୍ତମାନ ସୁଦ୍ଧା ୧୦ଟି ଚିତାର ମୃତ୍ୟୁ ହୋଇସାରିଲାଣି।

ଲାୟନ ପ୍ରୋଜେକ୍ଟର ନିର୍ଦ୍ଦେଶକଙ୍କ କହିବା ମୁତାବକ, ଆଜି ପ୍ରାୟ ୩ଟା ୧୭ମି.ରେ ଚିତା ସୌର୍ଯ୍ୟର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ। ଚିତାମାନଙ୍କୁ ମନିଟରିଂ କରୁଥିବା ଟିମ୍‌ ସକାଳ ୧୧ଟା ବେଳେ ସୌର୍ଯ୍ୟକୁ ଜଙ୍ଗଲରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ଏକ ଡାକ୍ତରୀ ଟିମ୍‌କୁ ସେଠାକୁ ପଠାଯାଇଥିଲା। ତୁରନ୍ତି ତା’ର ଚିକିତ୍ସା ଆରମ୍ଭ ହୋଇଥିଲା। ସିପିଆର୍ ଦେବା ପରେ ସେ ସାମାନ୍ୟ ସୁସ୍ଥ ଥିଲା। କିନ୍ତୁ ପରେ ତା’ର ଦେହାନ୍ତ ହୋଇଥିଲା।

ଉଲ୍ଲେଖଯୋଗ୍ୟ କୁନୋ ନ୍ୟାସନାଲ ପାର୍କରେ ଚିତା ପ୍ରୋଜେକ୍ଟ ଅନୁଯାୟୀ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇଥିଲା। ତେବେ ବର୍ତ୍ତମନା ସୁଦ୍ଧା ଏହି ୨୦ଟି ଚିତାରୁ ଭିନ୍ନ ଭିନ୍ନ କାରଣ ଯୋଗୁ ୭ଟି ବୟସ୍କ ଓ ୩ଟି ଶବାକଙ୍କ ମୃତ୍ୟୁ ହୋଇସାରିଲାଣି।

ନିକଟରେ ନାମ୍ବିଆରୁ ଆସିଥିବା ଚିତା ‘ଆସା’ କୁନୋ ନ୍ୟାସନାଲ ପାର୍କରେ ତିନୋଟି ଶାବକକୁ ଜନ୍ମ ଦେଇଥିଲା। ଏହାକୁ ନେଇ ବନ ଅଧିକାରୀମାନେ ବେଶ୍‌ ଉତ୍ସାହିତ ହୋଇଯାଇଥିଲେ। ତିନୋଟି ଯାକ ଶାବକ ସୁସ୍ଥ ଥିବା ଜଣାପଡିଛି।

ସେହିପରି ମାର୍ଚ୍ଚ ୨୦୨୩ରେ ଚିତା ‘ସିୟା’ ୪ଟି ଶାବକକୁ ଜନ୍ମ ଦେଇଥିଲା। କିନ୍ତୁ ଏଥିମଧ୍ୟରୁ ଗୋଟିଏ ହିଁ ଜୀବିତ ରହିପାରିଥିଲା। ଅତ୍ୟଧିକ ଗରମ ଯୋଗୁ ମେ’ ମାସରେ ତିନୋଟି ଶାବକା ମୃତ୍ୟୁ ହୋଇଥିଲା। ପରେ ଏହି ମାଇ ଚିତା ‘ସିୟା’ ନାମକୁ ବଦଳାଇ ଜ୍ୱାଲା ରଖାଯାଇଥିଲା। ଜ୍ୱାଲାକୁ ମଧ୍ୟ ନାମ୍ୱିଆରୁ କୁନୋ ନ୍ୟାସନାଲ ପାର୍କକୁ ଅଣାଯାଇଥିଲା।

ad-week
Leave A Reply

Your email address will not be published.