ଖଣି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦୁଇ ଅଟକ…

add-all

image-27

ଖୋର୍ଦ୍ଧା: ଜଣେ ଖଣି ଅଧିକାରୀ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ କରିଛି। ଏହି ଆକ୍ରମଣରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଉଭୟଙ୍କୁ ପଚରାଉଚରା କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ସହର ଉପକଣ୍ଠ ଗୁଡମରେ ବେଆଇନ ଭାବେ ପଥର ଉତ୍ତୋଳନ କରାଯାଉଥିଲା। ଖବର ପାଇ ଖଣି ଅଧିକାରୀ ଜଗନ ବେହେରା ଘଟଣାସ୍ଥଳରେ ପହଞ୍ଚି ପଥର ମାଫିଆଙ୍କୁ ପଥର ଖନନ ବନ୍ଦ କରିବାକୁ କହିଥିଲେ।

ଏଥିରେ କ୍ଷୁବ୍ଧ ହୋଇ କିଛି ପଥର ଖଣି କର୍ମଚାରୀ ତାଙ୍କୁ ନିର୍ମମ ଭାବେ ଆକ୍ରମଣ କରିଥିଲେ। ପୁଲିସ ଖଣି ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା।

ଦୁର୍ବୃତ୍ତମାନେ ଖଣି ଅଧିକାରୀଙ୍କୁ ମାଡ ମାରି ଲହୁଲୁହାଣ କରିବା ସହ ତାଙ୍କକୁ ମଧ୍ୟ ବାଡେଇ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି ।

ad-week
Leave A Reply

Your email address will not be published.