ଅଯୋଧ୍ୟରେ ୩ ସନ୍ଦିଗ୍ଧ ଅଟକ, ଚାଲିଛି ପଚରାଉଚରା…

ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ । ଏଥି ନିମନ୍ତେ ପ୍ରସ୍ତତି ଜୋରଦାର ଚାଲିଥିବା ବେଳେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଇତି ମଧ୍ୟରେ ଗତକାଲି ଅଯୋଧ୍ୟରେ ବୁଲୁଥିବା ୩ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୁଲିସ୍‌। ଚେକିଂ ବେଳେ ୟୁପି ଏଟିଏସ୍ ୩ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଉତ୍ତରପ୍ରଦେଶ ଡିଜି ସୂଚନା ଦେଇଛନ୍ତି। ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଟକ ୩ ଜଣଙ୍କ ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁକଖା ଦୁନେକ ଗ୍ୟାଙ୍ଗର ଧର୍ମବୀରଙ୍କ ସମେତ ୩ ଜଣ ଅଛନ୍ତି। ଗତ ବର୍ଷ କାନାଡାରେ ସୁକଖା ଦୁନେକକୁ ହତ୍ୟା କରାଯାଇଥିଲା। ୟୁପି ଏଟିଏସ୍‌ ସହ ଇଣ୍ଟେଲିଜେନ୍ସ ଟିମ୍‌ ଉକ୍ତ ୩ ଜଣଙ୍କୁ ପଚରାଉଚରା କରୁଛି। ତେବେ ଅଯୋଧ୍ୟାକୁ ଆସିବା ଘଟଣା ନେଇ ସେମାନଙ୍କ ଉଦ୍ଦେଶ୍ୟ ଜଣାପଡ଼ିନି।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କଡ଼ା ସୁରକ୍ଷା ବଳୟରେ ରହିଛି ଅଯୋଧ୍ୟା ନଗରୀ। ସିସିଟିଭି ସର୍ଭେଲାନ୍ସ ସହ ଚାରିଆଡ଼େ ପୁଲିସ ପଇଁତରା ମାରୁଛନ୍ତି। ଏଥିସହ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ ଅଯୋଧ୍ୟା ଆକାଶରେ ପଇଁତରା ମାରୁଛି।

ଆସନ୍ତା ୨୨ ତାରିଖ ଦିନ ୧୨ଟା ୩୦ରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ୬ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହେବେ। ଏଥିସହ ୪ ହଜାର ସନ୍ଥ ମଧ୍ୟ ଭବ୍ୟ ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.