ଜାଗୃତ କୋଟେଚା PepsiCo ଇଣ୍ଡିଆର ନୂଆ ସିଇଓ

add-all

IMAGE_1705648981

ପେପ୍ସିକୋ(PepsiCo) ଇଣ୍ଡିଆର ନୂଆ ସିଇଓ(ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ହେବେ ଜାଗୃତ କୋଟେଚା। ବର୍ତ୍ତମାନର ସିଇଓ ଅହମ୍ମଦ ଏଲ ଶେଖଙ୍କ ସ୍ଥାନାନ୍ତର ପରେ ସେ ଏହି ପଦବୀରେ ବସିବେ। ଜାଗୃତ ବର୍ତ୍ତମାନ ପେପ୍ସିକୋ ଆଫ୍ରିକା, ମଧ୍ୟ ପୂର୍ବ ଏବଂ ଦକ୍ଷିଣ ଆଫ୍ରିକା (AMESA)ର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି।

1994ରେ ପେପ୍ସିକୋରେ ସେଲ୍ସ ଏବଂ ବ୍ରାଣ୍ଡ୍ ମ୍ୟାନେଜର ଭାବେ ଯୋଗ ଦେଇଥିଲେ ଜାଗୃତ କୋଟେଚା। 2018ରେ ପେପ୍ସିକୋ ଇଣ୍ଡିଆର ଉପସଭାପତି ଭାବରେ କାର୍ଯ୍ୟ କରିବା ସମୟରେ ଲୋକପ୍ରିୟ ସ୍ନାକ୍ସ ପ୍ରଡକ୍ଟ ଲେଜ୍ ଏବଂ କୁର୍କୁରେ ଉଦ୍ଭାବନ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ତାଙ୍କର ଏହି ଉଦ୍ଭାବନ କମ୍ପାନୀକୁ ଅହେତୁକ ସଫଳା ଭେଟି ଦେଇଥିଲା।

ଏହା ବ୍ୟତୀତ 2017ରେ ମଧ୍ୟ ଅନ୍ୟ ଏକ ସ୍ନାକ୍, ଡୋରିଟୋସ ପ୍ରଡକ୍ଟ ଉତ୍ପାଦନରେ ପ୍ରମୁଖ ଭୂମିକା ନିଭାଇଥିଲେ ଜାଗୃତ। ମାର୍ଚ୍ଚରେ ସିଇଓ ଭାବେ ଦାୟିତ୍ୱ ନେଇବେ ଜାଗୃତ।

କମ୍ପାନୀ ତାଙ୍କୁ ଏହି ଦାୟିତ୍ୱ ଦେବା ପରେ ଜାଗୃତ କହିଛନ୍ତି, “ଗତ 30 ବର୍ଷ ଧରି ପେପ୍ସିକୋ ପରିବାରର ଅଂଶ ହୋଇଥିବାରୁ ମୁଁ ପେପ୍ସିକୋ ଇଣ୍ଡିଆର ଉତ୍କର୍ଷତା ଏବଂ ନୂଆ ଉଦ୍ଭାବନର ସାକ୍ଷୀ ରହିଛି। ମହାମାରୀ ସମୟରେ ସ୍ନାକ୍ସ ଏବଂ ଚିପ୍ସର ଚାହିଦାକୁ ଦୃଷ୍ଟିରେ ରଖି ପେପ୍ସିକୋ ଇଣ୍ଡିଆ ସକ୍ରିୟ ହୋଇ ଗତ କିଛି ବର୍ଷ ମଧ୍ୟରେ ଅନେକ ଉତ୍ପାଦ ଲଞ୍ଚ କରିଥିଲା। ଭାରତୀୟ ଗ୍ରାହକଙ୍କ ପସନ୍ଦକୁ ପୂରଣ କରିବା ପାଇଁ କମ୍ପାନୀ ଆଗାମୀ ଲଞ୍ଚ ପାଇଁ ଯୋଜନା କରିଛି।”

ଏହା ବ୍ୟତୀତ, ପେପ୍ସିକୋ ହାଇଦ୍ରାବାଦରେ ଏହାର ଗ୍ଲୋବାଲ୍ ବିଜନେସ୍ ସର୍ଭିସେସ୍ ସେଣ୍ଟରକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି, କର୍ମଚାରୀଙ୍କ ସଂଖ୍ୟା 250ରୁ 4,000କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜାଗୃତ କହିଛନ୍ତି।

ad-week
Leave A Reply

Your email address will not be published.