ରାମଲଲାଙ୍କ ଭାଇରାଲ ଫଟୋକୁ ନେଇ ରାଗିଗଲେ ମୁଖ୍ୟ ପୂଜକ…

add-all

IMAGE_1705746604

ଅଯୋଧ୍ୟା : ଆଉ ଦିନକ ପରେ ଅଯୋଧ୍ୟାରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ତେବେ ଏହା ପୂର୍ବରୁ ଭଗବାନ ରାମଙ୍କ ଫଟୋ ସୋଶାଲ ମିଡଆରେ ଜୋରେସୋର୍‌ରେ ଭାଇରାଲ ହେଉଛି। ଏହାକୁ ନେଇ ଏବେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୂଜକ ରାଗି ଯାଇଛନ୍ତି। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭଗବାନ ରାମଙ୍କ ଫଟୋ ସାର୍ବଜନୀନ ହେବା ଉଚିତ ନୁହେଁ ବୋଲି କହିଛନ୍ତି ମନ୍ଦିର ମୁଖ୍ୟ ପୂଜକ ପଣ୍ଡିତ ସତ୍ୟେନ୍ଦ୍ର ଦାସ।
ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲଲାଙ୍କ ନୁହେଁ। ଯଦି ଭାଇରାଲ ଫଟୋଟି ରାମଲଲାଙ୍କର ତା’ହାଲେ କିଏ ଓ କେମିତି ଫଟୋ ଭାଇରାଲ କଲା ତାହା ତଦନ୍ତ ହେବା ଜରୁରୀ। ବିଧି ଅନୁସାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ କୌଣସି ପ୍ରତିମାଙ୍କ ମୁଖରୁ ପଟ୍ଟି ଉଠାଯାଏ ନାହିଁ। ଗର୍ଭଗୃହରେ ମଧ୍ୟ ଶ୍ରୀରାମଙ୍କ ମୁଖରେ ପଟ୍ଟି ରହିଛି। ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି ନଚେତ୍, ଶ୍ରୀରାମଲଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ରାମ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ ସତୈନ୍ଦ୍ର ଦାସ।
ଶୁକ୍ରବାର ଦିନ ରାମଲଲାଙ୍କର ନୂତନ ବିଗ୍ରହର ଫଟୋ ସୋଶାଲ ମିଡିଆରେ ସେୟାର କରାଯାଇଥିଲା। କିଛି ଫଟୋରେ ରାମଲଲାଙ୍କ ମୁଖରେ ପଟ୍ଟି ପଡିଥିବାବେଳେ ଆଉ ଏକ ଫଟୋରେ ସମ୍ପୂର୍ଣ୍ଣ ଭଗବାନଙ୍କ ବାଳ ସ୍ୱରୂପକୁ ଦେଖି ହେଉଛି। କଳା ମୁଗୁନି ପଥରରେ ଖୋଦିତ ୫୧ ଇଞ୍ଚ୍‌ ଉଚ୍ଚର ଉକ୍ତ ବିଗ୍ରହରେ ପ୍ରଭୁ ରାମ ଜଣେ ୫ ବର୍ଷିୟ ବାଳକ ଭଳି ଦିଶୁଛନ୍ତି। ତାଙ୍କ ହାତରେ ରହିଛି ଧନୁଶର। ଏହାଛଡ଼ା, ଓଁ, ଚକ୍ର, ଗଦା ଓ ସ୍ୱସ୍ତିକ ଆଦି ଅନ୍ୟାନ୍ୟ ଧାର୍ମିକ ସଙ୍କେତ ଦ୍ୱାରା ତାଙ୍କୁ ଅଳଙ୍କୃତ କରାଯାଇଛି। ତେବେ ଏସବୁ ଫଟୋକୁ କିଏ ସୋଶାଲ ମିଡିଆରେ ସେଆର କରିଛି ସେ ନେଇ କିଛି ସୂଚନା ମିଳିନାହିଁ।

ଗୁରୁବାର ବିଳମ୍ବିତ ରାତିରେ ଶ୍ରୀରାମ ମନ୍ଦିରର ଗର୍ଭଗୃହରୁ ରାମଲଲାଙ୍କ ନୂଆ ଫଟୋ ସାମ୍ନାକୁ ଆସିଥିଲା। ଏହି ଫଟୋରେ ଭଗବାନଙ୍କ ମୁହଁକୁ ଢ଼ାଙ୍କି ରଖାଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଶୁକ୍ରବାର ସକାଳ ୯ଟାରେ ଆଉ ଏକ ଫଟୋ ସାମ୍ନାକୁ ଆସିଥିଲା। ଏଥିରେ ଭଗବାନଙ୍କ ସମ୍ପୂର୍ଣ୍ଣ ସ୍ୱରୂପ ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.